ଏମ୍ ପି ସି ସ୍ୱୟଂଶାସିତ କଲେଜର ଫିଟ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମ

Baripada

ଏମ୍ ପି ସି ସ୍ୱୟଂଶାସିତ କଲେଜର ଫିଟ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମ

ବାରିପଦା:  ଭାରତ ସରକାରଙ୍କ ପକ୍ଷରୁ ଆହ୍ଵାନ ଦିଆଯାଇଥିବା ଫିଟ ଇଣ୍ଡିଆ ମୁଭମେଣ୍ଟ କ୍ରମରେ ସ୍ଥାନୀୟ ଏମ୍ ପି ସି ସ୍ୱୟଂଶାସିତ କଲେଜରେ ଦିନିକିଆ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁ ଆନୁଷ୍ଠାନିକ ଭାବରେ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ନିଜର ବକ୍ତବ୍ୟରେ ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ କ୍ରୀଡାର ଆବଶ୍ୟକତା ଓ ଜଣେ ଫିଟ ନାଗରିକ ଦେଶର ସବୁଠୁ ବଡ଼ ସମ୍ପଦ ବୋଲି ମତ ବ୍ୟକ୍ତ କରିଥିଲେ। ଟୋଗ ଅଫ୍ ୱାର, ଲେମ୍ବୁ ଚାମଚ ଦୌଡ଼, ମ୍ୟୁଜିକ୍ ଚେୟାର ଓ ପ୍ଲାଙ୍କ ଚ୍ୟାଲେଞ୍ଜ ଆଦି ରୋଚକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ କଲେଜର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ମହିଳା କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ଲେମ୍ବୁ ଚାମଚ ଦୌଡ଼ରେ ସରସ୍ଵତୀ ହାଁସଦା ପ୍ରଥମ, ସଂଗୀତା ନାୟକ ଦ୍ଵିତୀୟ ଓ ଅପର୍ଣ୍ଣା ଗିରି ତୃତୀୟ ସ୍ଥାନ ମ୍ୟୁଜିକ୍ ଚେୟାରରେ ଅମିତା ମହାନ୍ତି ପ୍ରଥମ, ମୀନତି ମାର୍ଣ୍ଡି ଦ୍ଵିତୀୟ ଓ  ଅଲିଭା ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ଲେମ୍ବୁ ଚାମଚ ଦୌଡ଼ରେ ଦୀପିକା ପ୍ରଧାନ ପ୍ରଥମ ଲକ୍ଷ୍ମୀ ପ୍ରିୟା ମହାପାତ୍ର ଦ୍ଵିତୀୟ ଓ ଜାହ୍ନବୀ ଟୁଡୁ ତୃତୀୟ ସ୍ଥାନ, ମ୍ୟୁଜିକ୍ ଚେୟାରରେ ସ୍ଵାତି ସ୍ଵରୂପା ମହାକୁଡ଼ ପ୍ରଥମ, ଲକ୍ଷ୍ମୀ ପ୍ରିୟା ନାୟକ ଦ୍ଵିତୀୟ ଓ ଦୀପିକା ପଳେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପୁରୁଷ କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ଟୋଗ ଅଫ୍ ୱାରରେ ବାଘା ଯତୀନ ଦଳ ବିଜେତା ହୋଇଥିବା ବେଳେ ବିର୍ସାମୁଣ୍ଡା ଦଳ ରନର୍ସ ଅପ୍ ହୋଇଥିଲା।

ପ୍ଲାଙ୍କ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ  ଦୀପକ ବେହେରା ପ୍ରଥମ, ଅଦଗା ଟୁଡୁ ଦ୍ଵିତୀୟ ଓ ସତ୍ୟନାରାୟଣ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ।  ଛାତ୍ରଙ୍କ ମଧ୍ୟରେ ଟୋଗ ଅଫ୍ ୱାର ପ୍ରତିଯୋଗିତାରେ ବିର୍ସାମୁଣ୍ଡା ଦଳ ବିଜେତା ହୋଇଥିବା ବେଳେ ବିବେକନନ୍ଦ ଦଳ ରନର୍ସ ଅପ୍ ହୋଇଥିଲା। ପ୍ଲାଙ୍କ ଚ୍ୟାଲେଞ୍ଜରେ ବାପୁନ ଟୁଡୁ ପ୍ରଥମ ଶିବା ମହାଲି ଦ୍ଵିତୀୟ  ଜଗଦେବ ଜଗନ୍ନାଥ ନାୟକ ତୃତୀୟ  ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମକୁ କ୍ରୀଡ଼ା କମିଟିର ସଂଯୋଜକ ଡ ଦୀପକ ବେହେରା, ବାଳକ କମନ୍ ରୁମ୍ ଉପ ସଭାପତି ଦେବାଶିଷ ଦାସ, ଡ. ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର, ଡ.  ଦୟାନିଧି ପରିଡ଼ା, ବାଳିକା କମନ୍ ରୁମ୍ ଉପସଭାପତି ରାଇମଣି ମାର୍ଣ୍ଡି  ଶୈକ୍ଷିକ ମୁଖ୍ୟ ଆଲବେଣ୍ଟିନା ତିର୍କୀ, ରତନି ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ସତ୍ୟନାରାୟଣ ବାରିକ କ୍ରୀଡ଼ା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।