ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ପ୍ରତି ପଞ୍ଚାୟତରେ ହେବ ମଡେ଼ଲ ସ୍କୁଲ୍
CM Mohan Charan Majhi

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ହେବ ମଡେ଼ଲ ସ୍କୁଲ । ପବିତ୍ର ଗୁରୁଦିବସ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତିଯେ, ବାପାମା’ଙ୍କ ପରେ ଗୁରୁ ହେଉଛନ୍ତି ଆରାଧ୍ୟ । ସେ ବିବେକାନନ୍ଦଙ୍କୁ ନିଜର ଆଦର୍ଶ ବୋଲି ଭାବନ୍ତି । ଶିକ୍ଷାର ବିକାଶରେ ହିଁ ରାଜ୍ୟର ବିକାଶ ହୋଇପାରିବ । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏକ ବଡ଼ ଭୂମିକା ରହିଛି ।
ନବୀନ ସରକାରଙ୍କ ଅମଳରେ ପ୍ରତି ବ୍ଳକରେ ଆଦର୍ଶ ବିଦ୍ୟାଳୟ କରାଯାଇଥିଲା । କିନ୍ତୁ ମୋହନ ସରକାର ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ କରାଯିବ । ଯାହାଫଳରେ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅଭିଭାବକ ଓ ପିଲାମାନେ ଉତ୍ସାହିତ ହୋଇଯାଇଛନ୍ତି ।