ସ୍କୁଲରୁ ୫-ଟି ବୋର୍ଡ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ସ୍କୁଲଗୁଡ଼ିକରେ ଲାଗିଥିବା ‘ଫାଇଭ-ଟି ଚାର୍ଟର’କୁ ତୁରନ୍ତ ହଟାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ୫-ଟି ଅନ୍ତର୍ଗତ ସ୍କୁଲଗୁଡ଼ିକର ରୂପାନ୍ତରୀକରଣ କାର୍ୟ୍ୟ ହୋଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍କୁଲଗୁଡ଼ିକରୁ ‘ଫାଇଭ-ଟି’ ଚିହ୍ନବର୍ଣ୍ଣ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ପାରୁଲ ପଟୱାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ସମସ୍ତ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ‘୫-ଟି ଚାର୍ଟର) ବୋର୍ଡ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବଙ୍କଠୁ ଏନେଇ ନିର୍ଦ୍ଦେଶ ଆସିଛି । ତେଣୁ ସ୍କୁଲଗୁଡ଼ିକରେ ୫-ଟି ଚାର୍ଟରକୁ ତତ୍କାଳ ପ୍ରଭାବରୁ ହଟାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଶ୍ରୀମତୀ ପଟ୍ଟୱାରୀ ଅବଗତ କରିଛନ୍ତି ।