୨୦ ଯାଏଁ ଝଡ଼ବର୍ଷା
ଭୁବନେଶ୍ୱର: ଆସନ୍ତା ୨୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ କ୍ଷୟକ୍ଷତି ହୋଇଥିବା ଜାଣିବାକୁ ମିଳିଛି । ଆଜି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି କେନ୍ଦୁଝରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ ବାଲେଶ୍ୱର ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ସେହିପରି ୧୭ରେ କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝରଗଡ଼ ଓ ବାଲେଶ୍ୱର ଏବଂ ଅପ୍ରେଲ ୧୮ରେ ମୟୂରଭଞ୍ଜ, କେନ୍ଦୁଝରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ଝଡ଼ବର୍ଷା ହେବ । ଅପରପକ୍ଷରେ ଅପ୍ରେଲ ୧୯ରୁ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ବାଲେଶ୍ୱର ଓ ମୟୂରଭଞ୍ଜରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।