ଇସ୍ତଫା ଦେଲେକି ମୁନା ଖାନ୍‌ ?

munna khan

ଇସ୍ତଫା ଦେଲେକି ମୁନା ଖାନ୍‌ ?

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ମୁନା ଖାନ୍‌ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି  । ନବୀନ ନିବାସରେ ସେ ପହଁଚିଥିବା ଜାଣିବାକୁ ମିଳିଛି  । ୱାକଫ ବିଲକୁ ବିଜେଡ଼ିର ସମର୍ଥନକୁ ନେଇ ମୁନା ଅସନ୍ତୁଷ୍ଟ ଥିଲେ  । ସେବେଠାରୁ ଦଳ ସହ ତାଙ୍କର ଭଲ ସମ୍ପର୍କ ବି ନାହିଁ  । ନବୀନ ନିବାସରେ ତାଙ୍କର ସମର୍ଥକମାନେ ସିଧାସଳଖ ପାଣ୍ଡିଆନ୍‌ ମୁର୍ଦ୍ଦାବାଦ ନାରା ବି ଦେଇଥିଲେ  । ହଠାତ୍‌ ନବୀନ ନିବାସରେ ପହଁଚିବାକୁ ନେଇ ରାଜନୀତିକ ଅଳିନ୍ଦ ଚଳଚଞ୍ଚଳ ହୋଇଯାଇଛି  ।

ନିକଟରେ ମୁନା ଖାଁଙ୍କୁ ଦଳ ସଂଖ୍ୟାଲଘୁ କମିଟିର ଦାୟିତ୍ୱ ଦେଇଥିଲା  । ବିଜେଡ଼ି ସଂଖ୍ୟାଲଘୁ ସେଲର ସାଉଥ ଜୋନ୍‌ ସଂଯୋଜକ ଦାୟିତ୍ୱ ଦିଆଯାଇଛି  । ଦିଲ୍ଲୀପ ତିର୍କୀ ସଂଖ୍ୟାଲଘୁ ସେଲର ଆବାହକ ରହିଛନ୍ତି  । ଏହାକୁ ନେଇ ମୁନା ଅରାଜି ଥିଲେ  । ତେବେ ରାଜ୍ୟସଭା ସାଂସଦ ପଦ କିନ୍ତୁ ସେ ଛାଡ଼ିବେ ନାହିଁ ବୋଲି ଜାଣିବାକୁ ମିଳିଛି  । ଆସନ୍ତା ବର୍ଷ ତାଙ୍କର କାର୍ଯ୍ୟକାଳ ଶେଷ ହେବ  ।