ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ବାଲିପାଟଣା : ରାଜସ ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଷ୍ଣୁ ପ୍ରସାଦ ଜେନା ବ୍ଲକସ୍ତରରେ ୫୭୨ ନମ୍ବର ରଖି ଟପ୍ପର ହୋଇଥିବାରୁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟ ପରିସରରେ ଏକ ସଭା ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏଥିରେ ବାଲିପାଟଣା ପ୍ରେସ କ୍ଲବ୍ର ସଭାପତି ଦିଲ୍ଲୀପ କୁମାର ଓଝା, ପୂର୍ବତନ ସରପଞ୍ଚ ରସାନନ୍ଦ ପରିଡ଼ା, ଆଲୁମିନି କମିଟି ସଭାପତି ତପନ କୁମାର ଗଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ଶିକ୍ଷକଶିକ୍ଷୟତ୍ରୀ, ବିଭିନ୍ନ କମିଟିର କର୍ମକର୍ତ୍ତାଙ୍କ ସହିତ ବିଷ୍ଣୁଙ୍କ ପିତା ବିଜୟ କୁମାର ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଭଲ ପାଠ ପଢି ଆଇଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ବିଷ୍ଣୁ ମତ ରଖି ସଫଳତାର ଶ୍ରେୟ ପିତାମାତା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦେଇଥିଲେ । ବିଷ୍ଣୁ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି, ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ ମେଧାବୃତ୍ତି, ଅଷ୍ଟମ ଶ୍ରେଣୀରେ ଏନଏମ୍ଏମ୍ଏସ, ନବମରେ ଏନ୍ଆରଟିଏସ ପ୍ରଭୃତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଲୁମନି କମିଟି ପକ୍ଷରୁ ସହଯୋଗ ରାଶି ଭାବରେ ୫୦୦୦ ଟଙ୍କା ବିଷ୍ଣୁଙ୍କୁ ପ୍ରଦାନ କରାଯାଇଛି ।