ଭାଷା ଓ ଭବିଷ୍ୟତ କର୍ମଶାଳାରେ ସାହିତି୍ୟକ

 ଆନନ୍ଦପୁର : ଓଡ଼ିଶା ସରକାରଙ୍କ ପକ୍ଷରୁ ଭରଚୁଆଲ ଏକାଡେମୀ ଆୟୋଜିତ ଭାଷା ଓ ଭବିଷ୍ୟତ କର୍ମଶାଳାରେ ଆନନ୍ଦପୁର ସାହିତି୍ୟକ ଯୋଗ ଦେଇଛନ୍ତି । ଆନନ୍ଦପୁର ଉପଖଣ୍ଡର ବରିଷ୍ଠ କବି ଡ. ଅଶୋକ ପୁହାଣଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟର ୨୦ ଜିଲାର ଭାଷାବିତ୍, କବି, ଲେଖକ, ପ୍ରକାଶକ, ଗୀତିକାର ଏବଂ କଣ୍ଠ ଶିଳ୍ପୀ ଯୋଗ ଦେଇଥିଲେ । ଏହିକ୍ରମରେ ଆନନ୍ଦପୁର ଉପଖଣ୍ଡରୁ ବରିଷ୍ଠ ସାହିତିି୍ୟକ ରତ୍ନାକର ଦାସ, ପ୍ରାବନ୍ଧିକ ପ୍ରଫେସର ରମାକାନ୍ତ ନାୟକ, କବି ପ୍ରଫୁଲ ଚକ୍ର, ଚିତରଞ୍ଜନ ନାୟକ,  ଅଧ୍ୟାପକ ନିରଞ୍ଜନ ପତି, ଅଧ୍ୟାପିକା ଅଭିମାନୀ ପ୍ରିୟଦର୍ଶିନୀ ବ୍ରହ୍ମ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।