ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଗିରଫ୍
ତିହିଡି : ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଗିରଫ୍ । ଗିରଫ୍ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାମନବିନ୍ଧା ପଞ୍ଚାୟତ ଅଧିନ କାନପୁର ଗ୍ରାମର ଅଶୋକ କୁମାର ମହାକୁଡ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ·ଲାଣ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ, ଗତ ୧୯ ତାରିଖ ରାତି ପ୍ରାୟ ୧୨ଟା ସମୟରେ କାନପୁର ଗ୍ରାମର ଅଶୋକ ମହାକୁଡ଼ ନାମକ ଜଣେ ଯୁବକ ସେହି ଗ୍ରାମର ଜନୈକା ଯୁବତୀଙ୍କ ଘରର ଛଟାବାଡ଼ କାନ୍ଥରେ କଣା କରି ଘର ଭିତରକୁ ପଶିଥିଲା । ଘରେ ଜଳୁଥିବା ଲାଇଟକୁ ଖୋଲିଦେଇ ଯୁବତୀଙ୍କୁ ମାଡି ବସିଥିଲା । ହଠାତ୍ ଡାଟିକରି ଉଠି ମୋବାଇଲ୍ ଲାଇଟ୍ ଜଳାଇ ଦେବାରୁ ଅଭିଯୁକ୍ତକୁ ଚିହ୍ନିବାରେ ସକ୍ଷମ ହୋଇଥିଲେ ଏବଂ ଅଭିଯୁକ୍ତ ଦୌଡି ପଳେଇ ଯାଇ ଆଗପଟୁ କବାଟ ବନ୍ଦ କରି ଦେଇଥିଲେ । ଏହାରି ମଧ୍ୟରେ ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଦେଖିବାକୁ ପାଇଥିଲେ । ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଛି । ହେଲେ ଅଭିଯୁକ୍ତକୁ ଗିରଫ୍ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାର ଅଭିଯୋଗ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଥିଲେ ଏବଂ ପୁଲିସ କୌଣସି ପଦକ୍ଷେପ ଗ୍ରହଣ ନକଲେ ଥାନା ଆଗରେ ଆତ୍ମାହୂତି ଦେବେ ବୋଲି ଚେତାବନି ଦେଇଥିଲେ । ଯାହାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ରବିବାର ଅଭିଯୁକ୍ତକୁ ଗିରଫ୍ କରାଯାଇଥିବା ଜଣାଯାଇଛି । ଏହି ଘଟଣାଟି ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ଅଭିଯୁକ୍ତ ଜଣକ ରାଜନୈତିକ ଛତ୍ରଛାୟ ତଳେ ରହିଥିଲେ ଏବଂ ପୀଡିତା ପରିବାରକୁ ଧମକ ଚମକ ମଧ୍ୟ ଦେଇ ଆସୁଥିଲେ ।