ବେନିଫିକେସନ କାରଖାନା ପାଇଁ ଜନଶୁଣାଣି
କେନ୍ଦୁଝର : କେନ୍ଦୁଝର ସଦର ତହସିଲ ମହାଦେଇଯୋଡା ପଞ୍ଚାୟତ ସଲରାପେଣ୍ଠଠାରେ ମେସର୍ସ ସିଦ୍ଧିରିଦ୍ଧି ଇଣ୍ଟନାସନାଲ ପ୍ରାଇଭେଟ୍ ଲିମିଟେଡ଼ ବାର୍ଷିକ ୨୦ ଲକ୍ଷ କ୍ଷମତା ବିଶିଷ୍ଟ ଲୁହା ପଥର ବେନିଫିକେସନ ପ୍ରକଳ୍ପ, ବାର୍ଷିକ ୧୨ଲକ୍ଷ ପେଲେଟାଜାଇନେସନ ପ୍ରକଳ୍ପ, ଘଂଟା ପ୍ରତି ୬ ଗୁଣନ ୪୫୦ ନର୍ମାଲ ଘନମିଟର ପ୍ରଡୁ୍ୟସର ଗ୍ୟାସ୍ ପ୍ରକଳ୍ପ, ବାର୍ଷିକ ୩ ଲକ୍ଷ ୯୬ହଜାର ଟନ୍ ସ୍ପଞ୍ଜ ଆଇରନ ଫେରୋଆଲ ଉତ୍ପାଦନ ପାଇଁ ୨ଗୁଣନ ୯ ଏମଭିଏ ସବମର୍ଜଡ ଆର୍କ ଫରେନ୍ସ ଏବଂ ୪୦ମେଗାୱାର୍ଡ ବିଶିଷ୍ଟ ନିଜସ୍ୱ ବିଦୁ୍ୟତ୍ ଶକ୍ତି ଉତ୍ପାଦନ ପ୍ରକଳ୍ପର ସ୍ଥାପନ କରିବା ପାଇଁ ଆବଶ୍ୟକ ପଡୁଥିବା ପରିବେଶ ମଞ୍ଜୁରୀ ନିମନ୍ତେ ଜନଶୁଣାଣୀ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନଶୁଣାଣୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଉପସ୍ଥିତ ରହି ଅଂଚଳବାସୀଙ୍କ ମତାମତ ଲିପିବଦ୍ଧ କରିଥିଲେ । ସିଦ୍ଧିରିଦ୍ଧି ଇଣ୍ଟରନେସନାଲ ପ୍ରାଇଭେଟ୍ ଲିମିଟେଡ଼ ପ୍ରକଳ୍ପ ନିଦେ୍ର୍ଦଶକ ଇଂ ଦେବବ୍ରତ ସ୍ୱାଇଁ ପ୍ରକଳ୍ପ ବିଷୟରେ ବିବରଣୀ ପାଠ କରିଥିଲେ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାଶ୍ୱର୍ିକ ଉନ୍ନତି ପାଇଁ ଗୋଷ୍ଠିଗତ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଥିଲେ । ପ୍ରଭାବିତ ଗ୍ରାମଗୁଡିକର ଉନ୍ନତି,ସ୍ଥାନୀୟ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ ସହ ପାନୀୟ ଜଳଯୋଗାଣ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷାର କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ, ପରିବେଶର ସୁରକ୍ଷା ଆଦି ଦାବି ସହ କମ୍ପାନୀକୁ ସ୍ଥାନୀୟ ଲୋକ ସ୍ୱାଗତ କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆହୂତ ଜନଶୁଣାଣୀରେ ୪୯ ଜଣ କାରଖାନା ପ୍ରତିଷ୍ଠା ପାଇଁ ସପକ୍ଷରେ ମତ ରଖିଥିବାବେଳେ ୮୦ଜଣ ଲିଖିତ ଭାବେ ନିଜର ମତ ରଖିଥିଲେ । ଏହି ପ୍ରକଳ୍ପର ମୂଳଧନ ଖର୍ଚ୍ଚ ୭୮୦ କୋଟି ଟଙ୍କା ଏବଂ ପରିବେଶ ଅନୁମତି ମିଳିବାର ୧୮ ମାସ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ଯୋଜନା ରହିଛି । କାରଖାନା ପ୍ରତିଷ୍ଠା ହେଲେ ୬୫୦ରୁ ଅଧିକ ଲୋକ ପ୍ରତ୍ୟକ୍ଷ ଏବଂ ୧ ହଜାରରୁ ଅଧିକ ଲୋକ ପରୋକ୍ଷ ଭାବେ କର୍ମନିଯୁକ୍ତି ପାଇବେ ।