ଓଡ଼ିଶା ଇଂଜିନିୟରିଂ କର୍ମଚାରୀ କ୍ରିୟାନୁଷ୍ଠାନ କମିଟିର ବୈଠକ
ଭୁବନେଶ୍ୱର : ଓଡ଼ିଶା ଇଂଜିନିୟରିଙ୍ଗ୍ ୱାର୍କଚାର୍ଜଡ୍ / ରେଗୁଲାର ଓ ଅବସରପ୍ରାପ୍ତ କର୍ମଚାରୀ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଏକ ଦାବି ସମୂହ ସଭା ଗଗନ ଭଞ୍ଜଙ୍କ ସଭାପତିତ୍ୱରେ ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍-୫ଠାରେ ଅନୁଷ୍ଠିତ ହୋଇଯାଇଛି । ତିନିଗୋଟି ଦାବି ଯଥା- ଏନ୍ଏମ୍ଏଆର / ଡିଏଲ୍ଆର ଚାକିରୀର ଯୋଗଦାନ ତାରିଖରୁ ୱାର୍କଚାର୍ଜଡ୍କୁ ରୂପାନ୍ତରିତ ହେବା ପର୍ଯ୍ୟନ୍ତ ପି.ଜି. ଆକ୍ଟ ୧୯୭୨ ଅନୁସାରେ ଗ୍ରାଚୁ୍ୟଇଟି ପ୍ରଦାନ, ୱାର୍କଚାର୍ଜଡ୍ କର୍ମଚାରୀଙ୍କ ନିମନ୍ତେ ଅବୈତନିକ ଛୁଟି (ୟାର୍ଣ୍ଣ ଲିଭ୍)କୁ ଦୃଷ୍ଟି ଦେଇ ଅବସରପ୍ରାପ୍ତ ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ଅବ୍ୟବହୃତ ଛୁଟି ଦରମା ପ୍ରଦାନ ଓ ତା ୧୫.୦୫.୧୯୯୭ରିଖ ରେଜୋଲୁ୍ୟସନ୍କୁ ଦୃଷ୍ଟିରେ ରଖି ଜେ.ସି. କର୍ମଚାରୀଙ୍କୁ ପେନ୍ସନ୍ ପ୍ରଦାନ କରିଥିବାରୁ ୱାର୍କଚାର୍ଜଡ୍ ଓ ୱାର୍କଚାର୍ଜଡ୍ରୁ ନିୟମିତ ହୋଇ ଚାକିରିରୁ ଅବସର ନେଇଥିବା କର୍ମଚାରୀମାନଙ୍କୁ ‘ଓପିଏସ୍ ନିୟମ ୧୯୯୨’ ଅନୁସାରେ ପେନ୍ସନ୍ ପ୍ରଦାନ ଆଦି ଦାବି ସମୂହ ଉପରେ ଆଲୋଚନା ହୋଇଥିଲା । ଆଲୋଚନାରେ ଗିରୀଶ ନନ୍ଦ, ସୁଶାନ୍ତ ମହାକୁଡ଼, ଦିଲ୍ଲୀପ ଭୂୟାଁ, ବସନ୍ତ ମନ୍ତ୍ରୀ, ଚିତ୍ତ ମହାପାତ୍ର, ସୁନନ୍ଦ ସୂତାର, ମନୋଜ ମହାନ୍ତି, ଯଦୁମଣି ପ୍ରଧାନ, କ୍ଷୀରୋଦ୍ ବେହୁରା, ଆଶୀଷ ନନ୍ଦ, ଅରୁଣ ପରିଡ଼ା, ନିରଞ୍ଜନ ବାହିନୀପତି, ଭାଗ୍ୟରଥି ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପଣ୍ଡା, ଶ୍ରୀଧର ନାୟକ ପ୍ରମୁଖ ଦାବିସମୂହ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ।