ବଜ୍ରାଘାତରେ ୯ ଗାଈ ମୃତ

 ସୁକିନ୍ଦା/ଦଶରଥପୁର : ଶନିବାର ବଜ୍ରାଘାତରେ ସୁକିନ୍ଦା ଓ ଦଶରଥପୁର ଅଞ୍ଚଳରେ ୯ଟି ଗାଈଙ୍କ ମୃତୁ୍ୟ ଘଟିଛି । ସୁକିନ୍ଦା ବ୍ଲକ ବର୍ତଣ୍ଡା ଗ୍ରାମର ୭ଟି ଗାଈ ଏବଂ ଦଶରଥପୁରରେ ୨ଟି ଗାଈଙ୍କ ମୃତୁ୍ୟ ଘଟିଛି । ଖବର ମତେ ଆଜି ଦିବା ୧ଘଟିକା ସମୟରେ ବର୍ତଣ୍ଡା ଗ୍ରାମ ପାଖ ଆମ୍ବ ତୋଟାରେ ସଂଖ୍ୟାଧିକ ଗାଈ ଚରୁଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା । ବଜ୍ରାଘାତରେ ଗ୍ରାମର ହେମନ୍ତ ନାଏକଙ୍କ ୩ଟି, ସୁତ ଦାସଙ୍କ ଗୋଟିଏ, ସନାତନ ଦାସଙ୍କ ୧ଟି, ଗଙ୍ଗାଧର ସାହୁଙ୍କର୧ଟି ଗୃହପାଳିତ ଗାଈ ସହ ଅନ୍ୟ ଗୋଟିଏ ଗାଈର ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକେ ସୁକିନ୍ଦା ପ୍ରାଣୀ ଚିକିତ୍ସା କେନ୍ଦ୍ର ସହିତ ଯୋଗାଯୋଗ କରିବା ପରେ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଘଟଣାସ୍ଥଳରେ ପହଁଚି ମୃତ ଗାଈ ଗୁଡ଼ିକଙ୍କର ଶବ ବ୍ୟବଚ୍ଛେଦ କରି ରିପୋର୍ଟ କରିଥିଲେ । ସେହିପରି ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତ ବଡ଼ କୁଆଁଲ ଗ୍ରାମ ଅଜୟ ମଲ୍ଲିକ ଭାଇ ଝଜୟ ମଲ୍ଲିକଙ୍କ ଗୋଟେ ଗର୍ବବତୀ ଗାଈ ଗୋଟେ ଦାମୁରି ବଜ୍ରପାତ ଦ୍ୱାରା ମୃତୁ୍ୟ ଘଟିଛି । ପୂର୍ବାହ୍ନରେ ପ୍ରବଳ ବର୍ଷା ହେବା ସହ ହଠାତ ବଜୁଳି ଘଡ଼ଘଡ଼ି ମାରିଥିଲା । ବିଜୁଳି ଘଡ଼ଘଡ଼ିରେ ବାଙ୍ଗରା ଗୁଣ୍ଡୁରୀପଡା ବିଲରେ ଚରୁଥିବା ଗୋରୁ ଦୁଇଟି ମୃତୁ୍ୟ ହୋଇଥିଲା । କୁଆଁଲ ପଶୁ ଚିକିତ୍ସାଳୟର ଚିକିତ୍ସକ ପହଁଚି ଗାଈଟିର ଅତ୍ସପଚାର କରାଇ ମୁତୁ୍ୟ ବରଣ କରିଥିବା ଗର୍ଭଣୀ ଗାଈ ପେଟରୁ ମୃତ ବାଛୁରୀକୁ ଉଦ୍ଧାର କରାଇଥିଲେ ।