ଆର୍ଟ ଅଫ୍ ଗିଭିଂର ଦ୍ୱାଦଶ ବାର୍ଷିକ ଉସବ
କେନ୍ଦ୍ରାପଡା : ବିଶିଷ୍ଟ ଶିକ୍ଷାବିତ୍, ପୂର୍ବତନ ସାଂସଦ ତଥା କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚୁ୍ୟତ ସାମନ୍ତଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଆର୍ଟ୍ ଅଫ୍ ଗିଭିଂ କାର୍ଯ୍ୟକ୍ରମର ଦ୍ୱାଦଶ ବାର୍ଷିକ ଉସôବ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫର୍ଜନ୍ ଛକ ସ୍ଥିତ ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି । ଅଧ୍ୟାପକ ଅଜୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡ଼ଃ ଚୈତନ୍ୟ ଚରଣ ପରିଡା, ସାହିତି୍ୟକ ମଥୁରୀ ଚରଣ ନାୟକ, ଗଣେଶ ସାମଲ, ଆଦିକନ୍ଦ ରାଉଳ, ବୈଷ୍ଣବ ଚରଣ ସ୍ୱାଇଁ, କରୁଣାକର ଦାସ, ଶରତ ଚନ୍ଦ୍ର ବେଉରା, ସୁଶୀଲ ଜେନା, ଆର୍ଟ୍ ଅଫ୍ ଗିଭିଂର କର୍ମକର୍ତ୍ତା ଅନନ୍ତ କୁମାର ଖଟୁଆ, ସନ୍ତୋଷ ସରଙ୍ଗି, ରଞ୍ଜିତ ପ୍ରସାଦ ଜେନା, ଅକ୍ଷୟ ମହାନ୍ତି, ଯୋଗ ଦେଇଥିଲେ । ମୃତୁ୍ୟଞ୍ଜୟ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳା ସମାଜ ସେବୀ ଶର୍ମିଷ୍ଠା ନାୟକ ଯୋଗଦେଇ ମହିଳା ମାନଙ୍କ ପାଇଁ ଆର୍ଟ ଅଫ ଗିଭିଙ୍ଗର ବାର୍ତ୍ତା ବହ ସାଜିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଭାବେ ଡ଼ଃ ଅଚୁ୍ୟତ ସାମନ୍ତଙ୍କ ଏକାନ୍ତ ଆନୁଗତ୍ୟ ବିଶିଷ୍ଟ ସମାଜସେବୀ ସଞ୍ଜୟ କୁମାର ଲେଙ୍କାଙ୍କ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଅତିଥି ଭାବେ ବହୁ ଶିକ୍ଷାବିତ ଯୋଗଦେଇ ଡକ୍ଟର ଅଚୁ୍ୟତ ସାମନ୍ତଙ୍କ ଦୂରଦୃଷ୍ଟି ସମ୍ପନ୍ନତାର ପ୍ରସଂଶା କରିବା ସହିତ ଏହି ଅଭିଯାନରେ ସାରା ଓଡ଼ିଶା ଓ ସମଗ୍ର ଭାରତବର୍ଷ ସହ ସାରା ବିଶ୍ୱ ଯୋଡି ହେବା ପାଇଁ ଆହ୍ୱାନ ଦେଇଥିଲେ । ନିଜ ଜୀବନକାଳ ମଧ୍ୟରେ ନାନା ଘାତପ୍ରତିଘାତର ସାମନା କରି ତଥାପି ହାରି ଯାଇ ନଥିବା ଡକ୍ଟର ଅଚୁ୍ୟତ ସାମନ୍ତ ଅନ୍ୟକୁ ଦାନ କରିବାର ଆଦର୍ଶରେ ଅନୁପ୍ରାଣିତ ହୋଇ ସମଗ୍ର ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେଇଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟ ଚଳିତବର୍ଷ ଆର୍ଟ୍ ଅଫ୍ ଗିଭିଂର ବିଷୟବସ୍ତୁ ରହିଛି ନେବର ଗୁଡ଼ ବା ପଡୋଶୀଙ୍କ ସହିତ ସୁସମ୍ପର୍କ ରଖିବା । ଏହାକୁ ଆଧାର କରି ଚଳିତବର୍ଷ କାର୍ଯ୍ୟକ୍ରମ ଆଗେଇ ନେବାକୁ ଉପସ୍ଥିତ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ଆର୍ଟ୍ ଅଫ୍ ଗିଭିଂକୁ ନେଇ ଡକ୍ଟର ଅଚୁ୍ୟତ ସାମନ୍ତଙ୍କ ଅଭିଜ୍ଞତା ଓ ଅନୁଭବ ଆଧାରରେ ରଚିତ ପୁସ୍ତକ ମଧ୍ୟ ଚଳିତବର୍ଷ ରୂପା ପ୍ରକାଶନୀ ଦ୍ୱାରା ପ୍ରକାଶିତ ହୋଇଯାଇଛି । ଏହା ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଟିଭି ପ୍ରତିନିଧି ସରୋଜ କୁମାର ପରିଡା ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ସନ୍ତୋଷ ଷଡଙ୍ଗୀ, ରଞ୍ଜିତ ପ୍ରସାଦ ଜେନା, ଅକ୍ଷୟ ମହାନ୍ତି ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ । ଅନନ୍ତ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।