କୁକର୍ମ ଓ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ଯାଜପୁର ଟାଉନ୍ : ଶନିବାର ଜିଲା ପେସ୍କୋ କେର୍ଟ ବିଚାରପତି ବିଜୟ କୁମାର ଜେନା କୁକର୍ମ ଓ ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ରାୟ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ୨୦୧୬ ମସିହା ଜାନୁଆରୀ ମାସ ୩ ତାରିଖ ସଂନ୍ଧ୍ୟାରେ ଅଭିଯୁକ୍ତ କେରୋଇ ଥାନା ଅଧିନସ୍ଥ ରଣୋଶ୍ୱରପୁର ଗ୍ରାମର ନବକିଶୋର ମାଝି ଯାଜପୁର ଜିଲା ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରୁଥିବା ଦେବୀଦ୍ୱାରର ମହେଶ୍ୱର ମହାନ୍ତିଙ୍କ ଝିଅକୁ ଓଡି୦୪ବି-୨୧୮୭ ଗାତିରେ ଉଠାଇ ନେଇ ତାର ଗାଁକୁ ନେଇ ଯାଇଥିଲା । ଉକ୍ତ ଗ୍ରାମରେ ଥିବା ଲବନେଶ୍ୱର ନେତାଲ ୟୁପିସ୍କୁଲ ବାରଣ୍ଡାରେ ଧର୍ଷଣ କରିଥିଲା । ପ୍ରମାଣନଷ୍ଟ କରିବା ପାଇଁ ସ୍କୁଲର ପଛ ପଟକୁ ନେଇ ଏକ ଧାରୁଆ ଛୁରୀରେ ତାର ବେକକୁ କାଟି ହତ୍ୟା କରି ସେଠାରେ ଥିବା ପାଇଖାନା ଟାଙ୍କିରେ ପକାଇଦେଇ ତାର ପୋଷାକରେ ଲାଗିଥିବା ରକ୍ତର ପୋଷାକକୁ ସେହି ସ୍ଥାନରେ ପୋତିଥିଲା । ଉକ୍ତ ସମୟରେ ଗ୍ରାମର କିଛି ଲୋକ ଦେଖି ଅଭିଯୁକ୍ତକୁ କଣ ପୋଡୁଛୁ ବୋଲି ପଚାରିବାରୁ ସେ ଗୋଟିଏ ବୋଡାସାପ ମାରି ପୋଡୁଛି ବୋଲି କହିଥିଲା । ସେହି ସମୟରେ ପଡିତାର କିଛି ରକ୍ତ ଉକ୍ତ ସ୍ଥାନରେ ପଡ଼ିଥିଲା । ଅଭିଯୁକ୍ତ ପିଡିତାର କିଛି ଅଳଙ୍କାର ଓ ମୋବାଇଲ ନେଇ ହତ୍ୟା କରିଥିବା ଝୁରି ଏବଂ ବାଉଁଶକୁ ନେଇ ଗ୍ରାମ ମଝିରେ ଥିବା ମଙ୍ଗଳା ପୋଖରୀରେ ପକାଇ ଦେଇଥିଲା । ଏଠାରେ ସୂଚନା ଥାଉକି ପିଡୀତା ଆସାମୀ ସହିତ ଯିବା ସମୟରେ ତାଙ୍କ ବାପାଙ୍କ ଏଟିଏମ୍ କାର୍ଡ ସଙ୍ଗରେ ନେଇ ଯାଇଥିଲା । ଅଭିଯୁକ୍ତ ସେହି ଏଟିଏମ୍ କାର୍ଡକୁ ନେଇ ଯାଜପୁର ରୋଡ ÿଠାରେ ଥିବା ଏସ୍ବିଆଇ ବ୍ୟାଙ୍କରୁ୧୦ହଜାର ଟଙ୍କା ଉଠାଇ ବାଲେଶ୍ୱରରେ ଥିବା ବନ୍ଧୁ ଘରକୁ ପଳାଇ ଯାଇଥିଲା । ଘଟଣାର ପରଦିନ ଅର୍ଥାତ ୪/୧/୨୦୧୬ ଦିନ ସ୍କୁଲ ପିଲାମାନେ ପଛପଟ ଗାଧୁଆଘରକୁ ନିଜର କର୍ମ ସାରିବା ପାଇଁ ଯାଇଥିବା ସମୟରେ ହଠାତ ରକ୍ତ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନେ ଶିକ୍ଷକଙ୍କୁ କହିବାରୁ ଶିକ୍ଷକ କୋରେଇ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳର ପହଁଚି ତଦନ୍ତକରିବା ବେଳେ ମୃତାର ଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇବା ସହ ପୂର୍ବ ଅଭିଯୋଗ ଅନୁଯାୟୀ ପିଡିତାର ପରିବାରକୁ ଡାକି ଚିହ୍ନଟ କରାଇଥିଲା । ପରେ ପୁଲିସ ଅଭିଯୁକ୍ତର ତଲାସ ଆରମ୍ଭ କରିଥିଲା ।.ତା୭/୧/୨୦୧୬ରେ ଅଭିଯୁକ୍ତ ତେନ୍ତୁଲି ଖୁଣ୍ଟା ଗ୍ରାମରେ ଲୁଚିଥିବା ସମୟରେ ପୁଲିସ ଗିରଫ କରି ଥାନା କେଶ ନଂ ୩/୨୦୧୬ରେ କୋର୍ଟ ଚାଲଣ କରିଥିଲା । ଏହି ଘଟଣାକୁ ନେଇ ଅଭିଯୁକ୍ତ ଜେଲ ଦଣ୍ଡ ଭୋଗୁଥିବା ବେଳେ ଆଜି ଜିଲା ପୋସ୍କୋ କୋର୍ଟର ବିଚାରପତି ବିଜୟ କୁମାର ଜେନା ୪୦ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଧର୍ଷଣ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ସହ ଅର୍ଥ ଅନାଦେୟ ୬ ମାସ ରାୟ ଶୁଣାଇଛନ୍ତି । ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ନାୟକ ପରିଚାଳନା କରୁଥିଲେ ।