ହାତୀ ଆକ୍ରମଣରେ ଜଣେ ମୃତ
ହିନେ୍ଦାଳ : ହିନେ୍ଦାଳ ବନାଞ୍ଚଳ ବାବନ୍ଧ ସେକ୍ସନ ବେଡା ପଡ଼ା ଗ୍ରାମରେ ଆଜି ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ମୃତୁ୍ୟ ବରଣ କରିଥିବାର ଜଣା ଯାଇଛି । ଖବର ଅନୁଯାୟୀ ବେଡା ପଡ଼ା ଗ୍ରାମର ସାନନ୍ଦ ନାଏକଙ୍କ ପୁଅ ଚଣିଆ ନାଏକ ଆଜି ସନ୍ଧ୍ୟାରେ ପାଖ ବ୍ରମ୍ଭପୁରରୁ ନିଜ ଗ୍ରାମ ବେଡ଼ା ପଡ଼ା ଆସୁଥିବା ବେଳେ ଏକ ହାତୀ ସହ ମୁହାମୁହିଁ ହୋଇ ଆକ୍ରମଣର ଶିକାର ହୋଇ ଘଟଣା ସ୍ଥଳରେ ମୃତୁ୍ୟ ବରଣ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ନ ଥିବାର ଜଣା ଯାଇଛି ।