୨୦ରୁ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ପ୍ରତିଯୋଗିତା

 କଟକ : ରାଜ୍ୟର ଅଗ୍ରଣୀ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସଆର ଚେସ ସେଣ୍ଟର ସହଯୋଗରେ ଡି ୱେଟ୍ବିୱରବ ଆନୁକୂଲ୍ୟରେ ଚଳିତ ମାସ ୨୦ ତାରିଖ ରବିବାର ଦିନ ଅନ୍ତର୍ଜାତୀୟ ଚେସ୍ ଦିବସ ଉପଲକ୍ଷେ ଏକ ଦିନିକିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ପ୍ରତିଯୋଗିତା ସ୍ଥାନୀୟ ତି୍ରଶୂଳିଆ ଛକସ୍ଥିତ ସେରିମୋନିୟମ ମଣ୍ଡପଠାରେ ଅନୁଷ୍ଠିତ ହେବ । ଏହି ଚେସ୍ ପ୍ରତିଯୋଗିତାର ପ୍ରଥମ ପୁରସ୍କାର ୫ ହଜାର, ଦ୍ୱିତୀୟ ପୁରସ୍କାର ୩ ହଜାର ଓ ତୃତୀୟ ପୁରସ୍କାର ୨ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ  । ଶ୍ରେଷ୍ଠ ୧୫ ଜଣ ପ୍ରତିଯୋଗୀଙ୍କୁ ମୋଟ ୨୦ ହଜାର ଟଙ୍କାର ଅର୍ଥ ପୁରସ୍କାର ଏବଂ ୬୦ଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ । ଛୋଟ ପିଲାମାନଙ୍କୁ ଉତ୍ସାହିତ କରିବା ଉଦେ୍ଦଶ୍ୟରେ ୫, ୬, ୭, ୯, ୧୧ ଓ ୧୩ ବର୍ଷରୁ କମ୍ ଶ୍ରେଷ୍ଠ ୪ ଜଣ ବାଳକ ଓ ଶ୍ରେଷ୍ଠ ୩ ଜଣ ବାଳିକାମାନଙ୍କୁ ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯିବ । ୭ ଟାଉଣ୍ଡ ଭିତ୍ତିକ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ (୧୦ମ ଶ୍ରେଣୀ ପର୍ଯ୍ୟନ୍ତ କିମ୍ବା ୧ା୧ା୨୦୧୦) ପରେ ଜନ୍ମଗ୍ରହଣ କରିଥିବା ରାଜ୍ୟର ଯେକୌଣସି ଚେସ୍ ଖେଳାଳି ପ୍ରବେଶିକା ଦେୟ ୫୦୦ ଟଙ୍କା ଦେୟ ସିଧାସଳଖ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଏସଆର ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି ।