ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା 

 ସୋର:  ସୋର ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଡେଇଁ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ପଠାଣ ମହଲ୍ଲା ଗ୍ରାମର ମିର୍ଜା ଆକବର ବେଗ (୬୫) ।   ପାରିବାରିକ କଳହରେ ଅତିଷ୍ଠ ହୋଇ ବାହାରେ ଏଣେତେଣେ ବୁଲୁଥିଲେ । କିନ୍ତୁ ସୋର ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଭଦ୍ରକରୁ ଖଡ଼ଗପୁର ଯାଉଥିବା ଡାଉନ ମେମୁ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ସୋର ଷ୍ଟେସନରେ କାର୍ଯ୍ୟରତ ଆରପିଏଫ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରିଥିଲେ  । ଦୁର୍ଘଟଣା ଘଟାଇବା ପରେ ଟ୍ରେନଟି ଷ୍ଟେସନରେ କିଛି ସମୟ ପାଇଁ ଅଟକି ରହିଥିଲା ।