ବାଲୁଙ୍କେଶ୍ୱର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ
ନିଶ୍ଚିନ୍ତକୋଇଲିି : ନିଶ୍ଚିନ୍ତକୋଇଲି ବ୍ଲକ୍ ବୁହାଳ ପଞ୍ଚାୟତ ବରପଡା ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାରୁଦ୍ରଙ୍କ ପୀଠରେ ୫ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ଉନଂତ୍ରିଶତମ ସାମ୍ବତ୍ସରିକ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅଙ୍କୁରାରୋପଣ ହୋଇଥିଲା ବେଳେ ରବିବାର ଦିନ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପୀଠରୁ ବାବା ତପନ କୁମାର ଦାସଙ୍କ ତତ୍ତ୍ୱାବଧାନାରେ ଏକ ସୁସଜ୍ଜିତବିମାନରେ ଆଜ୍ଞମାଳକୁ ଶୋଭାଯାତ୍ରାରେ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଦୈନନ୍ଦିନ ସଂପୂର୍ଣ୍ଣ ରୀତି ନିତି ଅନୁଯାୟୀ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ପ୍ରତି ଦିନ ସନ୍ଧ୍ୟାରେ ଓଡିଶାର କ୍ଷତନାମା କଳାକାରମାନଙ୍କ ଦ୍ୱାରା ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ବିଶିଷ୍ଟ ପ୍ରବଚକମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମାଯଜ୍ଞରେ ବିଭିନ୍ନ ପୀଠର ମହନ୍ତ ମହାରାଜଙ୍କ ସହ ବହୁ ସାଧୁସନ୍ଥମାନେ ଯୋଗଦେଇଥିଲା ବେଳେ ଶ୍ରୀ ଶ୍ରୀ ଅଚୁ୍ୟତାନନ୍ଦ ସୂଚନା ଓ ଗବେଷଣା କେନ୍ଦ୍ର ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲଖନୀୟ ପାଇଁ ଅବଦାନ ପାଇଁ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ମହାପୁରୁଷ ଶ୍ରୀ ଶ୍ରୀ ଅଚୁ୍ୟତାନନ୍ଦ ସୂଚନା ଓ ଗବେଷଣା କେନ୍ଦ୍ର ଅଧ୍ୟକ୍ଷ ଅରକ୍ଷିତ ଓଝାଙ୍କ ଉପସ୍ଥିତିରେ ହରିପ୍ରସାଦ ମିଶ୍ର, ଅକ୍ଷୟ କୁମାର ପଣ୍ଡା, ଦେବପ୍ରସାଦ ସାହୁ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ସମ୍ମାନନୀୟ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ନାରାୟଣ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।