ଜୟପାଟଣା-ନର୍ଲାକୁ ନୂଆ ଏନ୍‌ଏସି ମାନ୍ୟତା

ଭବାନୀପାଟଣା :ରାଜ୍ୟ ସରକାର ରବିବାର ସ୍ବାୟତ୍ତ୍ୱ ଶାସନ ଦିବସ ଅବସରେ ରାଜ୍ୟରେ ୧୬ ଟି ନୂଆ ଏନ୍‌ଏସି ଓ ମ୍ୟୁନିସିପାଲିଟିର ନାମ ଘୋଷଣା କରିଛନ୍ତି। ଏହି ନୂଆ ଏନ୍‌ଏସିରେ କଳାହାଣ୍ଡି ଜିଲାର ଜୟପାଟଣା ଓ ନର୍ଲା ସ୍ଥାନ ପାଇଛି। ହେଲେ ଏମ୍‌.ରାମପୁର ବାଦ୍‌ ପଡ଼ିଯାଇଛି। ଜୟପାଟଣା ଓ ନର୍ଲା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିବାବେଳେ ଏମ ରାମପୁର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲାର ଜୟପାଟଣା, ନର୍ଲା ଓ ଏମ୍‌ ରାମପୁରକୁ ନୂତନ ଏନ୍‌ଏସି କରିବା ପାଇଁ ଘୋଷଣା କରିଥିଲେ। ଏବେ ମୋହନ ସରକାର କଳାହାଣ୍ଡି ଜିଲାର ଜୟପାଟଣା ଓ ନର୍ଲାକୁ ଏନ୍‌ଏସି ଘୋଷଣା କରିଥିବାବେଳେ ଏମ.ରାମପୁରକୁ ବାଦ୍‌ ଦେଇଛନ୍ତି।