ମହାଲକ୍ଷ୍ମୀ ସହସ୍ର ନାମ 

ମହାଲକ୍ଷ୍ମୀ ସହସ୍ର ନାମ 

 ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ସ୍ଥିତ ଶ୍ୟାମସୁନ୍ଦର ବଜାର କମିଟି ଆନୁକୂଲ୍ୟରେ ଗୁରୁବାର ଲକ୍ଷ୍ମୀ ମଣ୍ଡପ ପରିସରରେ ମା’ ମହାଲକ୍ଷ୍ମୀଙ୍କ ସହସ୍ର ନାମ ସହ ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ବଜାର କମିଟି ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି ଓ ତାଙ୍କ ଧର୍ମ ପନôୀ ମିନୁଲତା ଯୋଗଦେଇ ଥିଲେ । ପଣ୍ଡିତ ଗଗନ ବିହାରୀ ମିଶ୍ର ଓ ସାଥି ଯୋଗଦେଇ ପୂଜା ଓ ମନ୍ତ୍ର ପାଠ କରିଥିଲେ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଅତିଥି ଭାବରେ ଯୋଗଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଞ୍ଚାନନ ଧଳ, ଅନିଲ କୁମାର ପରିଡା, ମନୋଜ କୁମାର ପରିଡା, କଂଗ୍ରେସ ନେତା ଅଜୟ କୁମାର ସାମଲ ବିଳାସ ଚନ୍ଦ୍ର ବାରିକ, ଅମୀୟ କୁମାର ସାହାଣୀ ପ୍ରମୁଖ ଯୋଗଦେଇ ଥିଲେ । ବଜାର କମିଟି ସମ୍ପାଦକ ପ୍ରଭାସ କୁମାର ଦାସ, ଅକ୍ଷୟ କୁମାର ପରିଡା, ରାଜେନ୍ଦ୍ର ପ୍ରସାଦ ସାହୁ, ରଞ୍ଜନ କୁମାର ବଳ, ଅନିରୁଦ୍ଧ ସାହୁ, ହାଡିବନ୍ଧୁ ସାହୁ, ବିଶ୍ୱନାଥ ସେଠୀ ପ୍ରମୁଖ ବଜାର କମିଟି ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।