ବାର୍ଷିକ ଖେଳକୁଦ ପ୍ରତିଯୋଗିତା
ତାଳଚେର: ତାଳଚେର ଟାଉନ ନୂଆବଜାର ସ୍ଥିତ ଜଗନ୍ନାଥ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଖେଳକୁଦ (କ୍ରୀଡ଼ା) ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ତାଳଚେର ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଆଇନଜୀବୀ ପେସ୍କାର ଗଡ଼ନାୟକ, ସମ୍ମାନିତ ଅତିଥିଭାବେ ଆର୍ତ୍ତତ୍ରାଣ ଦାସ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟ ମୁଖ୍ୟ ପରିଚାଳକ ଆନନ୍ଦ ଚନ୍ଦ୍ର ଦାସ ମଂଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ଶିକ୍ଷୟତୀ ସୁମତୀ ଦାସ, ସ୍ୱାତୀସସ୍ମିତା ମହାରଣା, ନୟନା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ସାହାଯ୍ୟ ସହଯୋଗରେ ଏହି ଉତ୍ସବ ପାଳନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦୌଡ଼, ବୋଲ୍ ଥ୍ର, ମୁ୍ୟଜିକାଲ୍ ଚେୟାର୍ ମାଇଣ୍ଡ ଚେଞ୍ଜ ଗେମ ଆଦି ଖେଳକୁଦ କରାଯାଇଥିଲା । ଶେଷରେ ଅଭିଭାବକମାନଙ୍କୁ ନେଇ ମୁ୍ୟଜିକାଲ ଚେୟାର୍ ପ୍ରତିଯୋଗିତା କରାଯାଇ କୃତୀ ହାସଲ କରିଥିବା ଅଭିଭାବକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।