ଓଳାଭର କଲେଜ ପକ୍ଷରୁ ଜାତୀୟ ସମ୍ପାନ
ରାଜକନିକା : ଓଳାଭର କଲେଜ ପକ୍ଷରୁ ଦୁଇ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦ୍ଘାଟକ ଭାବେ କଲେଜ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେର, ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଇଂ. ଅୟସକାନ୍ତ ମହାପାତ୍ର, ସମ୍ମାନିତଅତିଥି ରବୀନ୍ଦ୍ର ସେନାପତି ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଉପରେ ବିଭିନ୍ନ ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସଂଯୋଜକ ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଡ.ସୁଧୀର ବାରିକ, ଇନ୍ଦ୍ରମଣି ସାହୁ ସହାୟକ ପ୍ରାଧ୍ୟାପକ ବିଶ୍ୱଭାରତୀ ଶାନ୍ତିନିକେତନ, ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ ଅବସରପ୍ରାପ୍ତ ପ୍ରାଧ୍ୟାପକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଅବସରପ୍ରାପ୍ତ ପ୍ରାଧ୍ୟାପକ ରେଭେନ୍ସା ବିଶ୍ୱବିଦ୍ୟାଳୟ, ପ୍ରଫେସର ନଟବର ଶତପଥୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଆଦି ମହାନ ସାରସ୍ୱତ ସାଧକ ଗଣ ଏହି ସମ୍ପାନକୁ ସଫଳ କରିବାରେ ଗରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିରେ ଆଲୋଚକ ଗଣ ଭାଷା, ସାହିତ୍ୟ ଓ ସଂସ୍କୃତି ର କିପରି ବିବର୍ତ୍ତନ ଘଟିଛି ଓ ଏହାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପାଠଚକ୍ରରେ ଛାତ୍ରୀ ଅନୁପମା ସାହୁ, ଯୁକ୍ତ ଶୁଭଲଷ୍ମୀ ବିଶ୍ୱାଳ ପ୍ରବନ୍ଧ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ଡ. ପୁଷ୍ପଲତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।