୩୧ ମାର୍ଚ୍ଚ ଯାଏଁ ବଢ଼ିଲା ଇ-କେୱାସି ଅବଧି

୩୧ ମାର୍ଚ୍ଚ ଯାଏଁ ବଢ଼ିଲା ଇ-କେୱାସି ଅବଧି

ଭୁବନେଶ୍ୱର: ଶନିବାର ରାଜ୍ୟ ସରକାର ଇ-କେୱାସି ଅବଧିକୁ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ସରକାର ମୋଯ ୫ଥର ଇ-କେୱାସି ଅବଧିକୁ ବୃଦ୍ଧି କରିଛନ୍ତି । ଇ-କେୱାସି ଅବଧି ବୃଦ୍ଧି ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ-କେୱାସି ଅପଡେଟ ହେଉନି ।ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଅବଧିକୁ ବୃଦ୍ଧି କରିଛନ୍ତି । 

ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ ଇ-କେଓ୍ବାଇସି କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟ ସୀମାକୁ ସମ୍ପ୍ରସାରଣ କରିଥିଲେ। ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ, ଓ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ ରାସନ କାର୍ଡ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ ଇକେଓ୍ବାଇସି ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥି​‌ଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧ , ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବୃଆରୀ ୧୪ ଯାଏଁ ଚତୁର୍ଥଥର ବୃଦ୍ଧି କରିଥିଲେ ରାଜ୍ୟ ସରକାର। ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ୟ୍ୟାନୁଷ୍ଠାନ ହେବ ।