ଅନ୍ଧାରରେ ୩୧ ହଜାର ଅଙ୍ଗନବାଡ଼ି କେନ୍ଦ୍ର: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ରାଜ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଏ ସମ୍ପର୍କରେ ଶ୍ରୀମତୀ ପରିଡ଼ା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ଏହାଛଡ଼ା ତାଙ୍କ ତଥ୍ୟ ଅନୁସାରେ ୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦୁ୍ୟତ ସଂଯୋଗ ନାହିଁ । ସେହିପରି ୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ ନାହିଁ ବୋଲି ଶ୍ରୀମତୀ ପରିଡ଼ା ଲିଖିତ ଉତ୍ତର ରଖିଛନ୍ତି ।