କୋର୍ଟଙ୍କ ନିଦେ୍ର୍ଦଶ ମାନୁନି ନଗର ଉନ୍ନୟନ ବିଭାଗ: ଅବସରକାଳୀନ ସୁବିଧାରୁ ବଞ୍ଚିତ ବାବାଜୀ
ବୈରୀ: ଭାରତ ଏକ କଲ୍ୟାଣକାରୀ ରାଷ୍ଟ୍ର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରିବାକୁ ସମ୍ବିଧାନ କ୍ଷମତା ପ୍ରଦାନ କରିଛି । ଦୀର୍ଘ ୩୦ ବର୍ଷ ସରକାରଙ୍କ ଅଧିନରେ କାମ କରିବା ପରେ ମଧ୍ୟ ଅବସର କାଳୀନ ସୁବିଧା ସୁୁଯୋଗରୁ ବଞ୍ଚିତ ହୋଇଛନ୍ତି ବାବାଜୀ ବେହୁରା ।
ଖବରରୁ ପ୍ରକାଶ, ବଡଚଣା ବ୍ଲକ ବୈରୀ ଗ୍ରାମର ବାବାଜୀ ଚରଣ ବେହୁରା ତା୧ା୩ା୧୯୮୩ରେ ଏନ୍ଏମ୍ଆର୍ ଭାବେ ଭୁବନେଶ୍ୱର ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ । ୨୬ ବର୍ଷ କାର୍ଯ୍ୟ କଲା ପରେ ସେ ତା୧ା୯ା୨୦୦୯ରେ ୱାର୍କ ଚାର୍ଜ ଭାବେ ରେଗୁଲାର ହେଲେ । ପରବର୍ତ୍ତୀ ୪ ବର୍ଷ ୩ ମାସ ପରେ ଅର୍ଥାତ ତା୩୦ା୧୧ା୨୦୧୩ରେ ଅବସର ଗ୍ରହଣ କଲେ । ତାଙ୍କର ରେଗୁଲାର ଚାକିରୀ ୫ ବର୍ଷ ପୂରଣ ହୋଇ ନ ଥିବାର ଆଳ ଦେଖାଇ ବିଭାଗ ପକ୍ଷରୁ ତାଙ୍କୁ ଅବସରକାଳୀନ ସହାୟତା ତଥା ପେନସନ ପ୍ରଦାନ କରାଗଲା ନାହିଁ । ଏଥିନେଇ ସେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ଓଡିଶା ଆଡ୍ମିନିଷ୍ଟ୍ରେଟିଭ୍ ଟ୍ରିବୁ୍ୟନାଲ୍ରେ ମଧ୍ୟ ଆବେଦନ କରିଥିଲେ । ଟ୍ରିବୁ୍ୟନାଲ ତାଙ୍କ ସପକ୍ଷରେ ରାୟ ପ୍ରଦାନ କଲେ । ପୁନଶ୍ଚ ବାବାଜୀ ଉଚ୍ଚ ନ୍ୟାୟାଳୟରେ ରିଟ୍ ପିଟିସନ(ଡବ୍ଲୁପିସି ୯୦୫୭/୨୦୨୧) ଫାଇଲ କଲେ । କୋର୍ଟ ତାଙ୍କ ରାୟରେ ୬ସପ୍ତାହ ମଧ୍ୟରେ ଉଚିତ ନିଷ୍ପତି ନେବାକୁ ସଂପୃକ୍ତ ବିଭାଗକୁ ତା୧୫ା୩ା୨୦୨୧ରେ ନିଦେ୍ର୍ଦଶ ଦେଲେ । ହାଇକୋର୍ଟଙ୍କ ନିଦେ୍ର୍ଦଶ ନାଲି ଫିତା ତଳେ ଚାପି ହୋଇଗଲା । କିଂକର୍ତ୍ତବ୍ୟ ବିମୂଢ ହୋଇ ବାବାଜୀ ଅଦାଲତ ଅବମାନନା ମାମଲା (୩୭୦୩/୨୦୨୨) ରୁଜୁ କଲେ । ଉଚ୍ଚ ନ୍ୟାୟାଳୟ ମାମଲାକୁ ବିଚାର କରି ପୁନଶ୍ଚ ୬ ସପ୍ତାହ ମଧ୍ୟରେ ପୂର୍ବ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ବିଭାଗର ସଚିବ ଜି. ମାଥି ଭାଥନନ୍ଙ୍କୁ ୧୬ା୧୨ା୨୦୨୨ରେ ନିଦେ୍ର୍ଦଶ ଦେଲେ । ଅଦ୍ୟାବଧି ବିଭାଗ ପକ୍ଷରୁ କିଛି ବି ଉତ୍ତର ମିଳିନାହିଁ । ଚାକିରି ଜୀବନ ମଧ୍ୟରେ ବାରମ୍ବାର ଅନୁରୋଧ ସତ୍ତ୍୍େୱ ଟଙ୍କା ଟିଏ ବି ଭବିଷ୍ୟନିଧି ପାଣ୍ଠିରେ ଜମା ହୋଇ ପାରିଲା ନାହିଁ । ମାମଲାକୁ ବିଚାର କରି ତାଙ୍କୁ ୧୯୮୩ ମସିହାରୁ ଭବିଷ୍ୟନିଧିର ପ୍ରାପ୍ୟ ପ୍ରଦାନ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଦଣ୍ଡ ବିଧାନ କରିବାକୁ ସେ ଭବିଷ୍ୟନିଧି କମିଶନରଙ୍କୁ ଅନୁରୋଧ କରିଛନ୍ତି । ଇତ୍ୟବସରରେ ତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ଥିବାର ପୁଅ ଆଲୋକ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବିଭାଗୀୟ ସଚିବଙ୍କୁ ଭେଟି କୋର୍ଟ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି ।