ଦୁର୍ଘଟଣାରେ ମୃତୁ୍ୟ: ଚାଳକ ଗିରଫ, ଗାଡି ଜବତ 

ହିଞ୍ଜିଳିକାଟୁ: ଫେବୃୟାରୀ ୯ ତାରିଖ ଭୋର ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ମାଣିକ ନଗର ଛକରେ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତୁ୍ୟ ଘଟିଥିଲା । ଦୂର୍ଘଟଣା ଘଟାଇ ଚାଳକ ଗାଡି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । 
ଦୁର୍ଘଟଣାରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜାତୋଟା ସାହିର ଅଭିମନୁ୍ୟ ପୃଷ୍ଟି (୭୦)ଙ୍କ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ମୃତକଙ୍କ ପୁଅ ଶିବଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ସୁବାଷ ଚନ୍ଦ୍ର ମିଶ୍ର ଘଟଣାର ତଦନ୍ତ କରି ଘଟଣାର ୨ ମାସ  ପରେ ଶୁକ୍ରବାର ବେଲଗୁଣ୍ଠା ଅଞ୍ଚଳରୁ ଦୂର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକ୍ (ଓଡି୦୭ ଏଟି ୩୩୦୩)କୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି । ଗିରଫ ଚାଳକ ଜଣଙ୍କ ହେଲେ ବୁଗୁଡା ଥାନା ସୁରମଣି ଗ୍ରାମର ପ୍ରଦୁ୍ୟମ୍ନ କୁମାର ଗୈାଡ (୨୪)  । ଗିରଫ ଟ୍ରକ ଚାଳକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି ।