ଓଲଟିଲା ଫଳ ବୋଝେଇ ଗାଡ଼ି, ଚାଳକ ଆହତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଏକ ଫଳ ବୋଝେଇ ଟାଟା ଏସିଇ (ଓଡି୩୨ କେ ୭୨୭୪) ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି । ଦୁର୍ଘଟଣାରେ ଗାଡି ଚାଳକ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ଧରାକୋଟ ଥାନା ଦାମଦୋରପଲ୍ଲୀ ଗ୍ରାମର ଅଶ୍ୱିନୀ ପାତ୍ର (୨୭) । ଖବର ପାଇଁ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ପ୍ରକାଶ ଯେ, ଶନିବାର ଭୋରରେ ଟାଟା ଏସିଇ ଗାଡିଟି ବ୍ରହ୍ମପୁର ଠାରୁ ଫଳ ବୋଝେଇ କରି ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଘନକୁହୁଡି ଯୋଗୁଁ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ପ୍ରକାଶ ଥାଉକି ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଡବ୍ଳୁ୍ୟ ୩୮୧୧) ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଚୈତନ୍ୟପଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲା ।