ସେବାୟତଙ୍କ ପାଇଁ ଉପାସରେ ଜଗନ୍ନାଥ

ଉପାସରେ ଅଛନ୍ତି ମହାପ୍ରଭୁ। ନୟାଗଡ଼ ଜିଲ୍ଲା ରଣପୁରରେ ଥିବା ଜଗନ୍ନାଥ ମନ୍ଦିରରେ ବ୍ୟାପକ ଅନିୟମିତତା ରହିଛି । ପ୍ରକୃତ କେଉଁ କାରଣ ପାଇଁ ମନ୍ଦିରରେ ସମସ୍ୟା ହୋଇଛି ତାହା ଯଦିଓ ଜଣାନାହିଁ । କିନ୍ତୁ ଜଗନ୍ନାଥଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ପାଇଁ ମହାପ୍ରଭୁ ଉପବାସରେ ରହିଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି । କଳା ଠାକୁର ଭୋକରେ ରହିବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ମନ୍ଦିର ଆଗରେ ରାସ୍ତାରୋକ କରିଛନ୍ତି । ଧାଡି ହୋଇ ରାସ୍ତା ଉପରେ ବସି ରହିଛନ୍ତି ।