ମୋଦି ଓ ନଡ୍ଡାଙ୍କୁ ଭେଟିଲେ ମୋହନ

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନୂଆଦିଲ୍ଳୀଗସ୍ତରେ ଥିବାବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି  । ଏନେଇ ମୁଖ୍ୟମନ୍ତ୍ରୀ ଏକ୍ସ ଯୋଗେ ସୂଚନା ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ସୌଭାଗ୍ୟ ଲାଭ କଲି  । ଓଡ଼ିଶାର ବିକାଶ ପାଇଁ ତାଙ୍କର ଅତୁଟ ସମର୍ଥନ ଏବଂ ପ୍ରେରଣାଦାୟୀ ଦୃଷ୍ଟିକୋଣ ପାଇଁ କୃତଜ୍ଞ  । ଏହି ଅବସରରେ ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି  । ବିକଶିତ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲଇ ମୋହନ ଉଲ୍ଳେଖ କରିଛନ୍ତି  ।ସେହିପରି ଅନ୍ୟ ଏକ ପୋଷ୍ଟରେ ସେ ଉଲ୍ଳେଖ କରିଛନ୍ତିଯେ, ବିଜେପିର ରାଷ୍ଟ୍ରୀୟ ସଭାପତି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ  ଆଲୋଚନା କଲି  । ଏହି ଅବସରରେ ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆମ ସରକାରର ପ୍ରତିବଦ୍ଧତା ଓ ଦୁର୍ଗମ ଅଞ୍ଚଳରେ ଉଚ୍ଚମାନର ମେଡିକାଲ୍ ଭିତ୍ତିଭୂମି , ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲି  ।