ଅସାଧୁ ଉପାୟରେ ରୋଜଗାର କରିଛନ୍ତି ବାପି ସାର୍ଖେଲ

 ପାରାଦୀପ:  ପ୍ରଚ୍ଛଦପଟ୍ଟରେ ରହି ନିଜର ଏକାନ୍ତ ଘନିଷ୍ଠଙ୍କ ମାଧ୍ୟମରେ  ମାସିକ ଲକ୍ଷ ଲକ୍ଷ ଟଙ୍କ ରୋଜଗାର କରୁଥିବା ଟଙ୍କା ହାତଛଡା ହୋଇଯିବା ପରେ ତଥାକଥିତ ଶ୍ରମିକ ନେତା ତଥା  ରାଜନେତା ବାପି ସାର୍ଖେଲ ଓରଫ ଅରିନ୍ଦମ ସାର୍ଖେଲ େଓ୍ୟ÷ଷଧ ବିକଳରେ ତାଡିଆ କାମୁଡିବା ଆରମ୍ଭ କରି ଦେଇଛନ୍ତି  । ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ  ଆକ୍ଷେପ କରି ସୋସିଆଲ ମିଡିଆରେ  ମନ୍ତ୍ରୀଙ୍କ ସମେତ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ, ବ୍ୟବସାୟୀକ ସହଯୋଗୀ ମାନଙ୍କୁ  କଟୁ ସମାଲୋଚନା କରିବାକୁ  ବାପି ସାର୍ଖେଲ ପଛାଇ ନାହାଁନ୍ତି  । ଏଭଳି କୁତ୍ସ୍ିତ, ହୀନ  ମାନସିକତାରୁ ନିବୃତ ନ ରହିଲେ ଆଗାମୀ ଦିନରେ ଏହାର ଠିକଣା ଜବାବ ଦିଆଯିବ ବୋଲି  ଶ୍ରୁକ୍ରବାର ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ  ପିପିଏଲର “ଜିପସମ  ଡିଲର୍ସ  ଆଣ୍ଡ  ଲୋଡିଂ  କଣ୍ଟ୍ରାକ୍ଟର’’  ଆସୋସିଏସନ  ଚେତାବନୀ ଦେଇଛି  । ଜିପସମ  ଡିଲର୍ସ ଆଣ୍ଡ ଲୋଡିଂ କଂଟ୍ରାକ୍ଟର୍ସ ଆସାସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀର ମୂଖ୍ୟ ବାଳକୃଷ୍ଣ ଜେନାଙ୍କ କହିବା କଥା ପିପିଏଲର ଜିପସମ ବ୍ୟବସାୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ  ଯେଭଳି  ଏକତରଫା ଭାବେ ଖବର ପ୍ରକାଶ ପାଇ ଆସୁଛି, ତାହା  ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀକ ବାତାବରଣକୁ କଳୁଷିତ କରୁଛି  ।  ଗତ ମେ’ ୨୭ ତାରିଖରେ   ସୋସିଆଲ ମିଡିଆରେ ଏକ ଭିଡିଓ   ମାଧ୍ୟମରେ  ପିପିଏଲ ଜିପସମ ବ୍ୟବସାୟକୁ ନେଇ ବାପି ସାର୍ଖେଲ  ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ବିରୁଦ୍ଧରେ  ବିଭିନ୍ନ  କପୋଳକଳ୍ପିତ ମନଗଢ଼ା ମିଥ୍ୟା ଅଭିଯୋଗ କିରିଥିଲେ ଫଳରେ ଏଥିରେ ଜଡିତ ବ୍ୟବସାୟୀ ଟ୍ରେଡର୍ସ, ଡିଲର୍ସ ଓ କଣ୍ଟ୍ରାକ୍ଟର୍ର ମାନଙ୍କ ବିରୁଦ୍ଧରେ  ମଧ୍ୟ ବହୁ ଆପତ୍ତିଜନକ ମନଗଢ଼ା କାହାଣୀ  ଲେଖାଯାଇଛି ଯାହାକି ଜିପସମ ବ୍ୟବସାୟୀକ ସଂସ୍ଥା ଗୁଡିକର ସମ୍ମାନ ହାନୀ ଘଟିଛି  ।  ଏଠାରେ ସୂଚନା  ଥାଉ କି, ଗତ ଦୁଇ ବର୍ଷ ତଳେ ରାଜନୈତିକ ଚାପ ପ୍ରୟୋଗପୂର୍ବକ ଅସାଧୁ ଉପାୟରେ  କୋଷ୍ଟାଲ ଟ୍ରାନ୍ସପୋର୍ଟ ଓ ବାପି ସାର୍ଖେଲ  ପିପିଏଲର  ଜିପସମ  ଲୋଡିଂ, ଅନଲୋଡିଂ, ଟ୍ରେଡିଂ  ଆଦି ସମସ୍ତ କାର୍ଯ୍ୟ ଏକଚାଟିଆ ଭାବେ  କରି  ଚାଲିଲେ  । ଫଳରେ ବର୍ଷ ବର୍ଷ ଧରି ପିପିଏଲର  ଜିପସମ  ଲୋଡିଂ, ଅନଲୋଡିଂ, ଟ୍ରେଡିଂ ଆଦି  କରି ପରିବାର ଚଲାଉଥିବା  କଣ୍ଟ୍ରାକ୍ଟର ମାନଙ୍କ ଲାଇସେନ୍ସ ରଦ୍ଦ ହୋଇ ଯାଇଥିଲା  । ଯେଉଁ ଜିପସମକୁ  ପୂର୍ବରୁ   ପିପିଏଲ ଟନ୍ ପିଛା ୩୨୦ ଟଙ୍କାରେ ବିକ୍ରି  କରି ଆସୁଥିଲା,କୋଷ୍ଟାଲ କନଷ୍ଟ୍ରକ୍ସନ ଏକ ମାତ୍ର ଭେଣ୍ଡରର ମାନ୍ୟତା ପାଇବା ପରେ କେଉଁ ଅଦୃଶ୍ୟ ଶକ୍ତି ଚାପରେ ପିପିଏଲ ଉଚ୍ଚ କର୍ତୃପକ୍ଷଙ୍କ ସହିତ ଭିତିରି ବୁଝାମଣାରେ ସେହି ଜିପସମକୁ  ଟନ୍ ପିଛା ୧୦୦ ଟଙ୍କା (ଶହେ ଟଙ୍କା)କୁ ପିପିଏଲ କର୍ତୃପକ୍ଷ ହ୍ରାସ କରି ଦେଇଥିଲେ । ତେବେ ଯେଉଁଠି  ବର୍ଷ ବର୍ଷ ଧରି  ୧୦ଟି ଭେଣ୍ଡର  ପିପିଏଲରେ  ଜିପସମ  ବ୍ୟବସାୟ କରି ଆସୁଥିଲେ, ଚଞ୍ଚକତାପୂର୍ବକ ସେମାନଙ୍କ ହାତରୁ  ସେହି କାମକୁ ଛଡେଇ ନେଇ ଏକାକୀ କୋଷ୍ଟାଲ କନଷ୍ଟ୍ରକ୍ସନ ନିଜେ କରି ବାର୍ଷିକ କୋଟି କୋଟି ଟଙ୍କା ଲାଭ କରିଥିଲେ  । ଏଭଳି ଅସାଧୁ ଉପାୟରେ ଅନେକ କାର୍ଯ୍ୟ ଲିପ୍ତ ଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି  । ସେହିଭଳି  ଶ୍ରମିକ ସଂଗଠନ ମାଧ୍ୟମରେ   ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକ  ଉପରେ  ଚାପ ପ୍ରୟୋଗ ସାଙ୍ଗକୁ  ଅସମାଜିକ, ଅସାଧୁ କାର୍ଯ୍ୟ  ମାଧ୍ୟମରେ   କୋଟି କୋଟି ଟଙ୍କାର ପାହାଡ  ଉପରେ ଛିଡା ହୋଇଥିବା ବାପି ସାର୍ଖେଲଙ୍କ କଳା ସାମ୍ରାଜ୍ୟ ଉପରେ ବିଧିବଦ୍ଧ ତଦନ୍ତ କରି  ତାଙ୍କ ଅସଲ ସ୍ୱରୂପ  ଲୋକଲୋଚନକୁ ଆଣିବା ପାଇଁ ଜିପସମ  ଡିଲର୍ସ ଆଣ୍ଡ  ଲୋଡିଂ କଂଟ୍ରାକ୍ଟର୍ସ ମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  ।   ଅନ୍ୟ ମାନଙ୍କ ମଧ୍ୟରେ  ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିପସମ  ଡିଲର୍ସ ଆଣ୍ଡ ଲୋଡିଂ କଣ୍ଟ୍ରାକ୍ଟର ଆସୋସିଏସନର   ସୁଶାନ୍ତ କୁମାର ସାମଲ ଓ ସନ୍ତୋଷ କୁମାର ସାସ୍ମଲ  ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।