ମହାରାଷ୍ଟ୍ର ଓ ଝାରଖଣ୍ଡରେ କେବେ ହେବ ନିର୍ବାଚନ ଜାଣନ୍ତୁ
Election

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ଝାରଖଣ୍ଡ ପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୧୩ ଓ ୨୦ରେ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ଜାମ୍ମୁକାଶ୍ମୀର ଓ ହରିୟାଣା ନିର୍ବାଚନ ପରେ ଏହି ଦୁଇ ରାଜ୍ୟର ନିର୍ବାଚନ ଜାତୀୟ ରାଜନୀତି ପାଇଁ ବେଶ୍ ମହତ୍ତ୍ୱ ରଖିଥାଏ । ମହାରାଷ୍ଟ୍ରରେ ଏବେ ବିଜେପି, ଶିବସେନା ଓ ଏନସିପି (ଅଜିତ୍ ପାୱାର)ର ସରକାର ରହିଛି । ଶିବସେନା ଓ ଏନସିପି ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିଥିଲେ । କିନ୍ତୁ ପରେ ଏକନାଥ ସିନ୍ଧେ ଶିବସେନାରେ ବିଭାଜନ କରି ମୂଳ ଶିବସେନାର ମାନ୍ୟତା ପାଇଥିବାବେଳେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଏନସିପିରେ ବିଭାଜନ କରିଥିଲେ । ତେବେ ଚବିଶ ନିର୍ବାଚନରେ ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଭଲ ପ୍ରଦର୍ଶନ କରିଛନ୍ତି । ଏଠାରେ ଇଣ୍ଡି ମେଣ୍ଟ ଓ ଏନଡ଼ିଏ ମଧ୍ୟରେ କଡ଼ା ଟକ୍କର ହେବ । ସେହିପରି ଝାରଖଣ୍ଡରେ ଏବେ ଇଣ୍ଡି ମେଣ୍ଟର ସରକାର ରହିଛି । ତେଣୁ ଏନଡ଼ିଏ ଝାରଖଣ୍ଡରେ ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛି ।