ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ

BAIJAYNTA PANDA

ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର : ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ  ବଡ଼ ଦାୟିତ୍ୱ ମିଳିଛି  । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତଙ୍କୁ ନିର୍ବାଚନ ଇନଚାର୍ଜ ଦାୟିତ୍ୱ ଦିଆଯାଇଛି  । ଯେତେବେଳେକି ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ଦାୟିତ୍ୱ ମିଳିଛି  । ପୂର୍ବରୁ ମଧ୍ୟ ବୈଜୟନ୍ତ ଦିଲ୍ଲୀ ଦାୟିତ୍ୱରେ ରହିଥିଲେ  ।

ଏବେଠାରୁ ବିଜେପି ଦିଲ୍ଲୀ ରାଜନୀତି ଉପରେ ଫୋକସ କରୁଛି  । ଅରବିନ୍ଦ କେଜ୍ରିୱାଲ ଏବେ ଅକଳରେ ପଡ଼ି ଯାଇଥିବାବେଳେ ବିଜେପି ଦିଲ୍ଲୀ ଦଖଲ ପାଇଁ ଯୋଜନା କରିଛି  । 

ସେହିପରି ମହାରାଷ୍ଟ୍ର ଓ ଝାରଖଣ୍ଡ ପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି  । ଜାମ୍ମୁକାଶ୍ମୀର ଓ ହରିୟାଣା ନିର୍ବାଚନ ପରେ ଏହି ଦୁଇ ରାଜ୍ୟର ନିର୍ବାଚନ ଜାତୀୟ ରାଜନୀତି ପାଇଁ ବେଶ୍‌ ମହତ୍ତ୍ୱ ରଖିଥାଏ  । ମହାରାଷ୍ଟ୍ରରେ ଏବେ ବିଜେପି, ଶିବସେନା ଓ ଏନସିପି (ଅଜିତ୍‌ ପାୱାର)ର ସରକାର ରହିଛି  । ଶିବସେନା ଓ ଏନସିପି ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିଥିଲେ  । କିନ୍ତୁ ପରେ ଏକନାଥ ସିନ୍ଧେ ଶିବସେନାରେ ବିଭାଜନ କରି ମୂଳ ଶିବସେନାର ମାନ୍ୟତା ପାଇଥିବାବେଳେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଏନସିପିରେ ବିଭାଜନ କରିଥିଲେ  । ତେବେ ଚବିଶ ନିର୍ବାଚନରେ ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଭଲ ପ୍ରଦର୍ଶନ କରିଛନ୍ତି  । ଏଠାରେ ଇଣ୍ଡି ମେଣ୍ଟ ଓ ଏନଡ଼ିଏ ମଧ୍ୟରେ କଡ଼ା ଟକ୍କର ହେବ  । ସେହିପରି ଝାରଖଣ୍ଡରେ ଏବେ ଇଣ୍ଡି ମେଣ୍ଟର ସରକାର ରହିଛି  । ତେଣୁ ଏନଡ଼ିଏ ଝାରଖଣ୍ଡରେ ଦବଦବା ଜାହିର କରିବାକୁ ଲକ୍ଷ୍ୟ ରଖିଛି  ।