ଏଭଳି ଟ୍ରେଣ୍ଡ କେବେ ଆସିନଥିଲା

ElectionResult

ଏଭଳି ଟ୍ରେଣ୍ଡ କେବେ ଆସିନଥିଲା

ଭୁବନେଶ୍ୱର : ଏବେ ଲୋକସଭା ଓ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପାଇବାରେ ଲାଗିଛି  । ଏବେ ମାତ୍ର ୪୮ ଆସନର ସ୍ଥିତି ସଂକ୍ରାନ୍ତରେ ଜଣାପଡ଼ିଛି  । ଆହୁରି ପାଖାପାଖି ଆସନର ସ୍ଥିତି ଜଣାପଡ଼ିନାହିଁ  । ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଏବେ ଯେଉଁ ଟ୍ରେଣ୍ଡ ଆସିଛି ତାହା ପୂର୍ବରୁ କେବେ ଆସିନଥିଲା  । ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡ଼ି ସବୁବେଳେ ଟ୍ରେଣ୍ଡରେ ଆରମ୍ଭରୁ ଆଗରେ ରହିଥିଲା  । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବିଜେପି ଶାସକ ବିଜେଡ଼ିକୁ ପଛରେ ପକାଇଦେଇଛି  । ତଥ୍ୟ ଅନୁଯାୟୀ ବିଜେପି ୨୮ ଆସନରେ ଆଗୁଆ ଥିବାବେଳେ ବିଜେଡ଼ି ୧୫ ଆସନରେ ଆଗୁଆ ରହିଛି  । ଯେତେବେଳେକି କଂଗ୍ରେସ ୩ ଓ ଅନ୍ୟମାନେ ୨ ଆସନରେ ଆଗରେ ଅଛନ୍ତି  । ହୁଏତ ଆଗକୁ ଏହି ଟ୍ରେଣ୍ଡରେ ବଡ଼ ପରିବର୍ତ୍ତନ ବି ଆସିପାରେ  । କିନ୍ତୁ ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାରେ ସମର୍ଥ ହୋଇଛି ବୋଲି କୁହାଯାଇପାରିବ  ।

ବିଜେପିର ହେଭିୱେଟ ନେତାମାନେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଆଗରେ ରହିଛନ୍ତି  । ଯେତେବେଳେକି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଆଗରେ ରହିଛନ୍ତି  । ଅପରପକ୍ଷରେ କେନ୍ଦୁଝରରେ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ୍‌ ଆଗରେ ଥିବାବେଳେ ବରଗଡ଼ରେ ପ୍ରଦୀପ ପୁରୋହିତ ମଧ୍ୟ ଆଗରେ ଅଛନ୍ତି  । ବିଜେପିର ଏଭଳି ପ୍ରଦର୍ଶନ ଏବେ ବିଜେଡ଼ି ଶିବିରରେ ନିରାଶ ଖେଳାଇ ଦେଇଛି  । ତେବେ ଏବେ ପ୍ରାରମ୍ଭିକ ଟ୍ରେଣ୍ଡ ଚାଲିଥିବାରୁ ଦିନ ୧ଟା ବେଳକୁ ହିଁ ପ୍ରକୃତ ଟ୍ରେଣ୍ଡ ଆସିପାରିବ ବୋଲି ଆଶା କରାଯାଉଛି  ।