ଡାକ୍ତର ଦେବେନ୍ଦ୍ର ପ୍ରଧାନ ଥିଲେ ପ୍ରେରଣାର ଉତ୍ସ 

ଡାକ୍ତର ଦେବେନ୍ଦ୍ର ପ୍ରଧାନ ଥିଲେ ପ୍ରେରଣାର ଉତ୍ସ 


ବିଷ୍ଣୁଦେବ ସାଏ (ଛତିଶଗଡ଼ ମୁଖ୍ୟମନ୍ତ୍ରୀ)  
ଡା. ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିବା ସମୟରେ ଅନେକ ଥର ଛତିଶଗଡ ଗସ୍ତ କରିଥିଲେ । ସେ ସମୟରେ ମୁଁ ବିଧାୟକ ଥିଲି । ଦଳର ଅନେକ କାର୍ଯ୍ୟକ୍ରମରେ ତାଙ୍କର ମାର୍ଗଦର୍ଶନ ପାଇଛି । ମୁଁ ଯେତେବେଳେ ପ୍ରଥମ ଥର ପାଇଁ ୧୯୯୦ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲି, ସେ ସମୟରେ ରାୟଗଡାରେ ଆୟୋଜିତ ଏକ ସମାବେଶରେ ମୁଖ୍ୟ ଅତିଥି ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନ । ସେହି ସମୟରେ ତାଙ୍କ ସହ ପ୍ରଥମ ଥର ଭେଟ ହୋଇଥିଲା ।

ରାଜେନ୍ଦ୍ର ଶୁକ୍ଲା (ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ) 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ଯୋଗଦାନକୁ ବିଜେପି କେବେ ଭୁଲି ପାରିବ ନାହିଁ । ଓଡ଼ିଶା ରାଜ୍ୟ ବିଜେପି ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ ଭାବରେ ସେ ଅନେକ ବିକାଶମୂଳକ କାମ କରିଛନ୍ତି । ତାଙ୍କ ସ୍ୱଚ୍ଛ ଓ ସଚ୍ଚୋଟ ରାଜନୀତିରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିକାଶ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ଡା. ପ୍ରଧାନଙ୍କ ବିୟୋଗ ଆମ ଦଳ ପାଇଁ ଅପୂରଣୀୟ କ୍ଷତି ।  

ମନୋହର ଲାଲ ଖଟ୍ଟର (କେନ୍ଦ୍ରମନ୍ତ୍ରୀ)
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ନିଧନ ଦୁଃଖର ବିଷୟ । ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି । ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।  

ଜି. କିଷନ ରେଡ୍ଡୀ (କେନ୍ଦ୍ରମନ୍ତ୍ରୀ)
ଭାରତୀୟ ଜନତା ପାର୍ଟିରେ ୧୯୮୦ରୁ କାମ କରୁଛି । ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟସ୍ତରର ଦାୟିତ୍ୱ ନେବା ସମୟରେ ଓଡ଼ିଶା ଗସ୍ତରେ ଆସିବା ବେଳେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ସହ ଅନେକ ଥର ଭେଟ ହୋଇଛି । ତାଙ୍କ ପାଖରୁ ଅନେକ କଥା ଶିଖିବାର ସୁଯୋଗ ମିଳିଛି । ସେ ଜଣେ ସରଳ ଏବଂ ସ୍ୱଚ୍ଛ ହୃଦୟର ବ୍ୟକ୍ତି ଥିଲେ । ରାଜନୀତିରେ ମଧ୍ୟ ଡାକ୍ତରଙ୍କ ପରି ସେବା କରୁଥିଲେ ।  
 
ଗିରିରାଜ ସିଂହ (କେନ୍ଦ୍ରମନ୍ତ୍ରୀ)
ଡା. ଦେବେନ୍ଦ୍ର ସାହେବଙ୍କ ସହ ମୋର ଦୀର୍ଘ ଦିନ ଧରି ସମ୍ପର୍କ ରହିଥିଲା । ସଙ୍ଗଠନକୁ ମଜଭୂତ୍ କରିବା ଦିଗରେ ସେ ନିରନ୍ତର କାମ କରିଥିଲେ । ସେ ବହୁତ ସରଳ ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଥିଲେ । ପାର୍ଟିକୁ ବ୍ୟାପକ କରିବାରେ ତାଙ୍କର ଯୋଗଦାନକୁ ତୁଳନା କରାଯାଇପାରିବ ନାହିଁ । ରାଜ୍ୟରେ ବିଜେପି ସରକାର ହେବା ପରେ ସେ ସମସ୍ତଙ୍କ ଠାରୁ ଅପେକ୍ଷାକୃତ ଅଧିକ ଖୁସି ଥିଲେ । ଦେବେନ୍ଦ୍ର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । 

ଅନୁପ୍ରିୟା ପଟେଲ (କେନ୍ଦ୍ରମନ୍ତ୍ରୀ)
ପୂଜ୍ୟ ଡା. ଦେବେନ୍ଦ୍ର ପ୍ରଧାନ ଅଶୀ ଦଶକରେ ସଙ୍ଗଠନକୁ ସଶକ୍ତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ପ୍ରଦେଶର ସଭାପତି ସହ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବା ସହ ରାଷ୍ଟ୍ର ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି । 
  
ବୈଜୟନ୍ତ ପଣ୍ଡା (ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ)
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ସମସ୍ତେ ବହୁତ ଭଲ ପାଉଥିଲେ । ସେ ଜଣେ ସ୍ନେହୀ ଓ ସରଳ ହୃଦୟର ମଣିଷ ଥିଲେ । ଓଡ଼ିଶା, ଦେଶ ଓ ଦଳ ପାଇଁ ତାଙ୍କର ଯେଉଁ ଯୋଗଦାନ ରହିଛି, ତାହା ଅତୁଳନୀୟ । ତାଙ୍କୁ ସମସ୍ତେ ବହୁତ ସମ୍ମାନ ଦିଅନ୍ତି ।  

ଅରୁଣ ସିଂହ (ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ)  
ଡା. ଦେବେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ ଅଦ୍ୱିତୀୟ । ସର୍ବଦା ଆମେ କାର୍ଯ୍ୟକର୍ତ୍ତାମାନେ ତାଙ୍କ ଠାରୁ ପ୍ରେରଣ ନେବା । ସେ ସଙ୍ଗଠନର ଦକ୍ଷ ଏବଂ ଶ୍ରେଷ୍ଠ କାର୍ଯ୍ୟକର୍ତ୍ତା ରୂପେ କାମ କରିଥିଲେ । ତିନି ତିନି ଥର ଓଡ଼ିଶାର ପ୍ରଦେଶର ସଭାପତି ସହ ରାଷ୍ଟ୍ରୀୟସ୍ତରରେ ଦାୟିତ୍ୱ ନେଇ ଅନେକ କାମ କରିଛନ୍ତି । ତାଙ୍କୁ ସମସ୍ତେ ବହୁତ ସମ୍ମାନ ଦିଅନ୍ତି ।  
ରାଓ ଇନ୍ଦ୍ରଞ୍ଜିତ ସିଂହ (କେନ୍ଦ୍ରମନ୍ତ୍ରୀ)
ଯେତେବେଳେ ମୁଁ ପ୍ରଥମ ଥର ବାଜପେୟୀ ସରକାରରେ ସାଂସଦ ହୋଇଥିଲି ୧୯୯୮ରେ, ସେହି ସମୟରେ ଦେବେନ୍ଦ୍ରଜୀ ମନ୍ତ୍ରୀ ଥିଲେ । ଦେବେନ୍ଦ୍ର ଜୀ ମନ୍ତ୍ରୀ ହିସାବରେ ଅନେକ କାମ କରିଛନ୍ତି । ନିଜ ପିତାଙ୍କ ପଥକୁ ଅନୁସରଣ କରି ସେହି ଦିଶାରେ ଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପିତାଙ୍କ ନାମ ଆହୁରି ଉଜ୍ଜ୍ୱଳ କରିବେ । 

ବିପୁଲ ଗୋୟଲ (କ୍ୟାବିନେଟ୍ ମନ୍ତ୍ରୀ, ହରିୟାଣା)
ଡା. ଦେବେନ୍ଦ୍ର ପ୍ରଧାନଙ୍କ ଆଚରଣ ଓ ବିଚାର ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଦେଖିବାକୁ ମିଳେ । ତାଙ୍କର ମୃତୁ୍ୟ, ମୃତୁ୍ୟ ନୁହେଁ, ସେ ନିଜର କାମ ପାଇଁ ଅମର ହୋଇ ରହିବେ । ଏହି ଦୁଃଖଦ ସମୟରେ ପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ । 

ସୁରେଶ ପୂଜାରୀ (ରାଜସ୍ୱ ମନ୍ତ୍ରୀ, ଓଡ଼ିଶା) 
ଡା. ପ୍ରଧାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ଲୋକମାନେ ଭଲ ପାଆନ୍ତି । ଯେମିତି କୋଣାର୍କ ମନ୍ଦିର ନିର୍ମାଣର ପ୍ରମୁଖ ବିନ୍ଧାଣି ବିଶୁ ମହାରଣା ଥିଲେ, ସେହିପରି ସେ ଓଡ଼ିଶାର ବିଜେପି ପାର୍ଟିକୁ ଇଟାରେ ଇଟା ଯୋଡି ନିର୍ମାଣ କରିଥିଲେ । ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ସେ ମାର୍ଗଦର୍ଶକ ଥିଲେ । ବର୍ତ୍ତମାନର ସାଂସଦ ଏବଂ ଅନେକ ବିଧାୟକଙ୍କ ମାର୍ଗଦର୍ଶକ ଥିଲେ । ଡା. ପ୍ରଧାନ ଭିନ୍ନ ସ୍ୱଭାବର ରାଜନେତା ଥିଲେ, ଯେ ମଣିଷ ତିଆରି କରୁଥିଲେ ।  

ନରେନ୍ଦ୍ର କାଶ୍ୟପ (ଉତ୍ତର ପ୍ରଦେଶ ମନ୍ତ୍ରୀ)  
ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ପାରିବାରିକ, ପ୍ରାନ୍ତୀୟ, ରାଷ୍ଟ୍ରୀୟ କ୍ଷତି । ସେ ସମାଜରୁ ସ୍ୱର୍ଗବାସ ହେବା ନିଶ୍ଚୟ ଦୁଃଖଦ ଓ ହୃଦୟ ବିଦାରକ । ସ୍ୱର୍ଗତ ଶ୍ରୀ ପ୍ରଧାନ ନିଜର ଦାୟଦ ଭାବେ ଏପରି ଜଣେ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି, ଯେଉଁ ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ପିତାଙ୍କ ରାଜନୀତିକୁ ଶିଖର ପର୍ଯ୍ୟନ୍ତ ପହଞ୍ଚାଇବାର କାମ କରୁଛନ୍ତି ।  

ସୁନିଲ କୁମାର ଶର୍ମା (ଉତ୍ତର ପ୍ରଦେଶ ମନ୍ତ୍ରୀ)
ଡା. ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ନୁହେଁ, ସମଗ୍ର ଭାରତବର୍ଷରେ ଜଣେ ସମ୍ମାନିତ ନେତା ଭାବରେ ପରଚିତ ଥିଲେ । ତାଙ୍କର ବିୟୋଗରେ ଓଡ଼ିଶା, ଦେଶ ଏବଂ ବିଜେପିର ବିଶେଷ କ୍ଷତି ହୋଇଛି । କାରଣ ତାଙ୍କ ମାର୍ଗଦର୍ଶନରୁ ପାର୍ଟିକୁ ବହୁତ ଲାଭ ମିଳୁଥିଲା ।  

ମଦନ ଦିଲୱାର (ରାଜସ୍ଥାନ ମନ୍ତ୍ରୀ) 
ଡା. ଦେବେନ୍ଦ୍ର ପ୍ରଧାନ ଜଣେ ଶ୍ରେଷ୍ଠ ରାଜନେତା ଥିଲେ । ଭାରତର  ରାଜନୀତିରେ ତାଙ୍କର ବଡ ଯୋଗଦାନ ରହିଛି । ସେ ଆମ ଗହଣରେ ନ ରହିବା ଓଡ଼ିଶା ଓ ଦେଶ ପାଇଁ ଅପୁରଣୀୟ କ୍ଷତି । ନିଜ ପିତାଙ୍କ ଆଶୀର୍ବାଦ କାରଣରୁ ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନୀତିରେ ପ୍ରଭାବ ପକାଇଛନ୍ତି । ସେ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବେ । ଦେବେନ୍ଦ୍ର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।   

ଡା. ଅନିଲ୍ ଜୈନ (ଉତ୍ତର ପ୍ରଦେଶର ପୂର୍ବତନ ସାଂସଦ) 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ସାମାଜିକ ଓ ପାରିବାରିକ ଜୀବନ ଅନ୍ୟମାନଙ୍କ ପାଇଁ ଉଦାହରଣ । ତାଙ୍କ ସହ ୧୯୮୪ରେ ଭେଟ ହୋଇଥିଲା । ଆମେ ଉଭୟ ଦୁଇ ଜଣ ଡାକ୍ତର ବୃତ୍ତିର । ସମାଜ, ନିଜସ୍ୱ ବୃତ୍ତି ପ୍ରତି ସେ ବେଶ୍ ଯନôଶୀଳ ଥିଲେ । ନିଜ ପିତାଙ୍କ ଆଶୀର୍ବାଦ କାରଣରୁ ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନୀତିରେ ପ୍ରଭାବ ପକାଇଛନ୍ତି । ସେ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବେ ।  

ପିପି ଚୌଧୁରୀ (ସାଂସଦ)
ଓଡ଼ିଶାରେ ବିଜେପିର ଅଭୁ୍ୟଦୋୟରେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ଡାକ୍ତର ପେଶାକୁ ଛାଡି ସବୁ କିଛି ପାର୍ଟି ପାଇଁ ତ୍ୟାଗ କରି ଓଡ଼ିଶାରେ ସଙ୍ଗଠନକୁ ମଜଭୂତ୍ କରିଥିଲେ । ବାଜପେୟୀ ସରକାରରେ ମନ୍ତ୍ରୀ ଭାବେ ଅନେକ କାମ କରିଛନ୍ତି । ସାରା ଦେଶ ତାଙ୍କୁ ବହୁତ ସମ୍ମାନ କରେ । ନିଜ ପିତାଙ୍କ ଆଶୀର୍ବାଦ କାରଣରୁ ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନୀତିରେ ପ୍ରଭାବ ପକାଇଛନ୍ତି ।  

ଆଲୋକ ଶର୍ମା (ଭୋପାଳ ସାଂସଦ) 
ଡା. ଦେବେନ୍ଦ୍ର ପ୍ରଧାନ ଆମ ସମସ୍ତଙ୍କ ପାଇଁ ଆଦର୍ଶ ଓ ଶ୍ରଦ୍ଧାର କେନ୍ଦ୍ର ଥିଲେ । ଓଡ଼ିଶା ବିଜେପିର ଆଧାରଶୀଳା ଥିଲେ । ଓଡ଼ିଶା ଏବଂ ଦେଶର ବିକାଶ ପାଇଁ ତାଙ୍କର ଅମୂଲ୍ୟ ଯୋଗଦାନ ରହିଛି । ତାଙ୍କ ସ୍ୱଚ୍ଛ ଓ ସଚ୍ଚୋଟ ରାଜନୀତିରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିକାଶ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ଏହି ଦୁଃଖଦ ସମୟରେ ପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ।    

ବୀରେନ୍ଦ୍ର ସିଂହ ଲୋଧି (ଉତ୍ତର ପ୍ରଦେଶ ବିଧାୟକ) 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଆମ ପାଇଁ ବହୁତ ବଡ କ୍ଷତି । ସେ ଆମ ଗହଣରେ ଅମର ହୋଇ ରହିବେ । ଏହି ଦୁଃଖଦ ସମୟରେ ପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ । ଡା. ପ୍ରଧାନ ଭିନ୍ନ ସ୍ୱଭାବର ରାଜନେତା ଥିଲେ, ଯେ ମଣିଷ ତିଆରି କରୁଥିଲେ ।  

ଧର୍ମଲାଲ କୌଶିକ (ଛତିଶଗଡ଼ ବିଜେପି ରାଜ୍ୟ ସଭାପତି) 
ଡା. ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ରାଜନୀତିରେ ବିଜେପିକୁ ସ୍ଥାପିତ କରିବାରେ ଅନେକ ସଂଘର୍ଷ କରିଥିଲେ । ବିଜେପିର ସଙ୍କଟ ସ୍ଥିତିରେ ବିଜେପିକୁ ସ୍ଥାପିତ କରିବାରେ ଅମୂଲ୍ୟ ଯୋଗଦାନ ଦେଇଥିଲେ । ଭାରତକୁ ଆଗକୁ ନେବାରେ ତାଙ୍କର ଯୋଗଦାନ ରହିଛି । କେବଳ ଓଡ଼ିଶା ନୁହେଁ ବରଂ ସମଗ୍ର ଭାରତ ସ୍ୱର୍ଗତ ଦେବେନ୍ଦ୍ରଙ୍କ ପରିବାର ସଦସ୍ୟଙ୍କ କାର୍ଯ୍ୟରେ ପ୍ରଭାବିତ ।  

ସିପି ଯୋଶୀ (ରାଜସ୍ଥାନ ବିଜେପି ରାଜ୍ୟ ସଭାପତି) 
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା ଡା ଦେବେନ୍ଦ୍ର ପ୍ରଧାନ ଓଡ଼ିଶାରେ ଦଳକୁ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ବଡ ଯୋଗଦାନ ରଖିଥିଲେ । ତାଙ୍କ ଦ୍ୱାରା ଦିଆଯାଇଥିବା ସିଦ୍ଧାନ୍ତ ଓ ବିଚାରରେ ଅନୁପ୍ରାଣିତ ହୋଇ ଆମେ କାର୍ଯ୍ୟକର୍ତ୍ତାମାନେ କାମ କରିବୁ । ଡା ଦବେନ୍ଦ୍ର ପ୍ରଧାନଙ୍କର ପରିଶ୍ରମ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ଦ୍ୱାରା ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ ହୋଇଛି । 
 
ବସନ୍ତ ପଣ୍ଡା (ବରିଷ୍ଠ ବିଜେପି ନେତା) 
ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ବିଶିଷ୍ଟ ସଙ୍ଗଠକ ଏବଂ ସାରା ଭାରତର ଜଣେ ତୁଙ୍ଗ ନେତା ଭାବେ ନିଜର ପରିଚୟ ତିଆରି କରିଥିଲେ । ତାଙ୍କ ସହ ମୋର ୩୬ ବର୍ଷର ସମ୍ପର୍କ । ସମ୍ବଳ ନଥିବା ସତ୍ତ୍ୱେ ଯଦି କିଏ ବିଜେପିକୁ ନିର୍ମାଣ କରିଛି ଏବଂ ଆଜିର ସ୍ଥିତିକୁ ଆଣିଛି ତେବେ ତାହାର ଅଗ୍ରଣୀ ବିନ୍ଧାଣୀ ହେଉଛନ୍ତି ଡା ଦବେନ୍ଦ୍ର ପ୍ରଧାନ । ତାଙ୍କର ପରିଶ୍ରମ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ ଦ୍ୱାରା ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ ହୋଇଛି । ସାରା ଦେଶ ତାଙ୍କୁ ବହୁତ ସମ୍ମାନ କରେ । ନିଜ ପିତାଙ୍କ ଆଶୀର୍ବାଦ କାରଣରୁ ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ପ୍ରଭାବ ପକାଇଛନ୍ତି ।    

ରାଜ ବବ୍ୱର (ପୂର୍ବତନ ସାଂସଦ) 
ଡା. ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ପ୍ରଦେଶର ଜଣେ ତୁଙ୍ଗ ନେତୃତ୍ୱ ଥିଲେ । ଏପରି ଜଣେ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ମୋର ସୌଭାଗ୍ୟ । ଏକ ଛୋଟ ପରିବାରରୁ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଦେଶକୁ ଆଗକୁ ନେବା ଏବଂ ନୂଆପିଢି ତିଆରି କରାଇବାରେ ତାଙ୍କର ଅବଦାନ ଅତୁଳନୀୟ । ନିଜ ପିତାଙ୍କ ଆଶୀର୍ବାଦ କାରଣରୁ ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ପ୍ରଭାବ ପକାଇଛନ୍ତି । 
 
ପଦ୍ମଚରଣ ନାୟକ (ସ୍ୱାଧୀନତା ସଂଗ୍ରାମୀ)
ଡା. ଦେବେନ୍ଦ୍ର ପ୍ରଧାନ ମନ୍ତ୍ରୀ ହିସାବରେ ସ୍ମରଣୀ ହୋଇ ରହିବେ । ସେ ଯେଉଁ ସମୟରେ ମନ୍ତ୍ରୀ ହେଲେ, ସେ ସମୟରେ ଓଡ଼ିଶାର ରାସ୍ତାଘାଟ ସମସ୍ୟା ଥିଲା । କେନ୍ଦ୍ରମନ୍ତ୍ରୀ ହେବା ପରେ ଜାତୀୟ ରାଜପଥକୁ ସମ୍ପ୍ରସାରିତ କରିବା ଦ୍ୱାରା ଅନେକ ଲୋକ ଉପକୃତ ହୋଇଥିଲେ । ଦେଶକୁ ଆଗକୁ ନେବା ଏବଂ ନୂଆପିଢି ତିଆରି କରାଇବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ଜଣେ ନେତା ସହ ବହୁତ ଭଲ ବ୍ୟକ୍ତି ମଧ୍ୟ ଥିଲେ । ନିଜ ପିତାଙ୍କ ଆଶୀର୍ବାଦ କାରଣରୁ ତାଙ୍କ ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନୀତିରେ ପ୍ରଭାବ ପକାଇଛନ୍ତି । ସେ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବେ । ଦେବେନ୍ଦ୍ର ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ।