ଶ୍ରମଜୀବୀଙ୍କୁ ଧମକାଉଛନ୍ତି ଏବିସି ଅଧିକାରୀ!
ାା ପ୍ରଭାନୁ୍ୟଜ ।ା କାଳିଆପାଣି,: କାଳିଆପାଣି ଖଣି ନିଗମ ଅଧୀନରେ ଥିବା ଏବିସି ଗ୍ରୁପ୍ ଅଧିକାରୀ ଶ୍ରମିକଙ୍କୁ ଧମକାଉଥିବାର ଅଭିଯୋଗ ହେଉଛି । ଚଳିତମାସ ୬ ତାରିଖ "ଶ୍ରମିକକୁ ଶୋଷଣ କରୁଛି ଏବିସି ଗ୍ରୁପ; ପ୍ରଶୟ ଦେଉଛି ଓଡ଼ିଶା ଖଣି ନିଗମ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସାମ୍ବାଦିକଙ୍କୁ କିଏ ଅଭିଯୋଗ କଲା, କାହିଁକି ଅଭିଯୋଗ କଲା ବୋଲି ପଚାରା ଉଚୁରା କରିବା ସହିତ ଧମକ ଚମକ କରୁଥିବାର ଅଭିଯୋଗ ହୋଇଛି । ଏକାଧିକ ଶ୍ରମିକଙ୍କୁ ନିଜର ରୁମକୁ ଡାକି କିଏ କିଏ ଏହି ପଇସା ନେଉଛନ୍ତି, ମୁଁ କଣ ଏକା ପଇସା ନେଉଛି କି ବୋଲି ଅଧିକାରୀ ଜଣକ କହି ଶ୍ରମିକଙ୍କୁ ଖଣି ନିଗମ ଅଧିକାରୀ ଘରୋଇ ସଂସ୍ଥା ଯଦି କିଛି ଭୁଲ କରେ ତେବେ ଘରୋଇ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ସହିତ ତାକୁ ତଦାରଖ କରିବା ବଦଳରେ ଘରୋଇ ସଂସ୍ଥାରୁ ହାତଗୁଞ୍ଜା ନେଇ ଘରୋଇ ସଂସ୍ଥା ସହିତ ମିଶି ନିଜ ପକେଟ୍ ଗରମ କରୁଛନ୍ତି । ଘରୋଇ ସଂସ୍ଥା ଶ୍ରମିକଙ୍କ ମାସିକ ବେତନରୁ ପ୍ରତି କର୍ମଚାରୀମାନଙ୍କ ଠାରୁ ୨୦୦୦ହଜାର ଟଙ୍କା ଲେଖାଏଁ ନେଇଏବିସି ଅଧିକାରୀ ଓ ଓଡ଼ିଶା ଖଣି ନିଗମର କର୍ମଚାରୀ ମିଳିମିଶି ନେଉଛନ୍ତି । ସର୍ବସ୍ୱ ଦେଖିବାକୁ ଗଲେ "ଝିଟିକା ମାରି ବଣି ପୋଷିବା’ ସଦୃଶ୍ୟ । ଏଭଳି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।