ରାଷ୍ଟ୍ରପତିଙ୍କ ଶୋକ
ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ କବି ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଆଜି ପରଲୋକରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ । ଶ୍ରୀ ରଥ ଭାରତୀୟ ସାହିତ୍ୟର ଜଣେ ପ୍ରମୁଖ କବି ଭାବରେ ଖ୍ୟାତିଲାଭ କରିଥିଲେ । ସେ ପଦ୍ମଭୂଷଣ ସହିତ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କର ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଅଛି ।