ଶ୍ରୀରାମ ଓ ଜଗନ୍ନାଥଙ୍କ କୋପ
ଭୁବନେଶ୍ୱର : ଶ୍ରୀରାମ ମନ୍ଦିରକୁ ଏକ ବଡ଼ ପ୍ରସଙ୍ଗ କରିଥିଲା ବିଜେପି । ହେଲେ ଉତ୍ତରପ୍ରଦେଶରେ ବିଜେପି ସେଭଳି ସଫଳତା ହାସଲ କରିପାରିନାହିଁ । ଯୋଗୀ ଆଦିତ୍ୟନାଥ ପୂର୍ବରୁ ବିପୁଳ ଭୋଟରେ ବାଜିମାତ କରି ସରକାର ଗଢ଼ିଥିବାବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ବାରଣାସୀରୁ ନିର୍ବାଚନ ଲଢ଼ିଥିଲେ । ହେଲେ ନିର୍ବାଚନରେ ବିଜେପିକୁ ସମାଜବାଦୀ ପାର୍ଟି ପଛରେ ପକାଇ ଦେଇଥିଲା । ସମାଜବାଦୀ ପାର୍ଟି ୩୭ ଆସନରେ ବାଜି ମାରିଥିବାବେଳେ ବିଜେପି ୩୩ ଆସନରେ ବିଜୟୀ ହୋଇଥିଲା । ଅପରପକ୍ଷରେ କଂଗ୍ରେସ ୬, ରାଷ୍ଟ୍ରୀୟ ଲୋକଦଳ ୨, ଆଜାଦ ସମାଜ ପାର୍ଟି ୧ ଓ ଅପନା ଦଳ ଗୋଟିଏ ଆସନରେ ଜୟଯୁକ୍ତ ହୋଇଛି ।
ଯେଉଁ ସମୟରେ ରାମମନ୍ଦିରକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା, ସେହି ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ଓଡ଼ିଶା ପଡୁଥିଲା ଉଠୁଥିଲା । ଏହି ପ୍ରକଳ୍ପକୁ ବି ବିଜେଡ଼ି ଏକ ପ୍ରସଙ୍ଗ କରିଥିଲା । କିନ୍ତୁ ଶେଷରେ ପୁରୀରେ ସାଂସଦ ଆସନ ବିଜେପି ହାତକୁ ଚାଲି ଯାଇଥିବାବେଳେ ଜିଲ୍ଳାର ଅଧିକାଂଶ ବିଧାନସଭାରେ ବିଜେପି ହିଁ ବାଜିମାତ୍ କରିଥିଲା । ତେବେ ପୁରୀରେ କିନ୍ତୁ ବିଜେଡ଼ି କଡ଼ା ଟକ୍କର ଦେଇ ବିଜୟୀ ହେବାରେ ସଫଳ ହୋଇଥିଲା ।