ଏହି ଲୋକସଭା ଆସନରେ ନିଶ୍ଚିତ ଜିତିବ ବିଜେପି
ExitPoll Odisha
ଭୁବନେଶ୍ୱର : ଓଡ଼ିଶାର ଭୋଟ ଫଳାଫଳକୁ ନେଇ ଦୁଇଟି ଆଞ୍ଚଳିକ ଗଣମାଧ୍ୟମ ସର୍ଭେ କରିଛି । ନନ୍ଦିଘୋଷ-ସକାଳ ଓ ପ୍ରଗତିବାଦୀ ପକ୍ଷରୁ ସର୍ଭେ କରାଯାଇଛି । ଦୁଇଟି ସର୍ଭେକୁ ବିଚାରକୁ ନେଲେ କେତେକ ଲୋକସଭା ଆସନରେ ବିଜେପି ନିଶ୍ଚିତ ଜିତିବ ବୋଲି କୁହାଯାଇପାରିବ ।
ନବରଙ୍ଗପୁରରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ବାଜି ମାରିବେ ବୋଲି ଉଭୟ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ସେହିପରି କଳାହାଣ୍ଡିର ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ ବିଜୟୀ ହେବେ । ବରଗଡ଼ରେ ମଧ୍ୟ ବିଜେପି ନେତା ପ୍ରଦୀପ ପୁରୋହିତ ବାଜିମାତ କରିବେ ବୋଲି ଉଭୟ ଦର୍ଶାଇଛନ୍ତି । ଖାଲି ସେତିକିନୁହେଁ ସୁନ୍ଦରଗଡ଼ରେ ବି ଜୁଏଲ ଓରାମ ଜିତିବେ ବୋଲି ଦୁଇ ସର୍ଭେରୁ ଜଣାପଡ଼ିଛି । କେନ୍ଦୁଝରରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ସାଂସଦ ହେବା ନିଶ୍ଚିତ ବୋଲି କୁହାଯାଉଛି । ପୁରୀରେ ଏଥର ସମ୍ବିତ ପାତ୍ରଙ୍କ ଖାତା ଖୋଲିବ । ଉଭୟ ସର୍ଭେ ରିପୋର୍ଟରେ ପୁରୀରେ ସମ୍ବିତଙ୍କ ବିଜୟ ନେଇ ଆକଳନ କରାଯାଇଛି ।