ଭାରତୀୟ ବଂଶୋଦ୍ଭବ ହେଲେ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏଫବିଆଇର ନିର୍ଦ୍ଦେଶକ

ସାରା ବିଶ୍ୱରେ ଭାରତୀୟମାନେ ନିଜର କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ଆମେରିକାର କମଲା ହାରିସ ହୁଅନ୍ତୁ କି ଗୁଜରାଟର କାଶ ପଟେଲ । ଏମାନଙ୍କୁ ନେଇ ଭାରତ ସବୁବେଳେ ଗର୍ବିତ ।
ଭାରତୀୟ ବଂଶୋଦ୍ଭବ କଶ୍ୟପ କାଶ ପଟେଲଙ୍କୁ ଆମେରିକା ତାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଫେଡରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ବା ଏଫବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି । ଆମେରିକା ସଦନର ଉପର ସିନେଟ କଶ୍ୟପଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗୁରୁବାର ଦିନ ଭୋଟିଂରେ ତାଙ୍କୁ ୫୧-୪୯ ମାମୁଲି ବହୁମତରେ ନିର୍ବାଚିତ କରାଯାଇଛି । ଡେମୋକ୍ରାଟିକ ପାର୍ଟିର ସାଂସଦଙ୍କ ବ୍ୟତିତ ପଟେଲଙ୍କ ବିରୋଧରେ ରିପବ୍ଲିକାନ ପାର୍ଟିର ଦୁଇଜଣ ସାଂସଦ ଭୋଟ ଦେଇଥିଲେ । ଡେମୋକ୍ରାଟିକ ପାର୍ଟି ସାଂସଦଙ୍କ ମନରେ ଭୟ ରହିଛି କି, ଯଦି କଶ୍ୟପ ପଟେଲ ଏଫିବିଆଇର ନିର୍ଦ୍ଦେଶକ ହେଉଛନ୍ତି ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଇସାରାରେ ସେମାନଙ୍କ ବିରୋଧ ବିିଭିନ୍ନ ମାମଲାରେ ତଦନ୍ତ ଆରମ୍ଭ ହୋଇଯିବ । ନିର୍ବାଚିତ ହେବା ପରେ କଶ୍ୟପ ରାଷ୍ଟ୍ରପତି ଟ୍ରମ୍ପ ଓ ଆର୍ଟନି ଜେନରାଲଙ୍କୁ ଧନ୍ୟବାଦ ଦେଇଛନ୍ତି ।
କଶ୍ୟପ ପଟେଲ ଜଣେ ଭାରତୀୟ ପ୍ରବାସୀଙ୍କ ପୁଅ । ତାଙ୍କ ଜନ୍ମ ଗୁଜୁରାଟୀ ପରିବାରରେ ହୋଇଥିଲା । କଶ୍ୟପଙ୍କ ପିତାମାତା ୟୁଗାଣ୍ଡାର ଶାସକ ଇଦଙ୍କୁ ଦେଶ ଛାଡିବା ଆଦେଶ ଭୟରେ ୧୯୭୦ ଦଶକରେ ୟୁଗାଣ୍ଡା ଛାଡି କାନାଡା ରାସ୍ତାରେ ଆମେରିକା ପହଂଚିଥିଲେ । ୧୯୮୮ ରେ କଶ୍ୟପଙ୍କ ପିତାଙ୍କୁ ଆମେରିକାର ନାଗରିକତା ମିଳିଥିଲା । କଶ୍ୟପ ୨୦୦୪ ରେ ଆଇନ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୨୦୧୩ ରେ ୱାସିଂଟନ ନ୍ୟାୟ ବିଭାଗରେ ସାମିଲ ହୋଇଥିଲେ । ୨୦୧୬ ରେ ସେ ଗୁଇନ୍ଦା ମାମଲା ସହ ଜଡିତ ଏକ ସ୍ଥାୟୀ ସମିତର କର୍ମଚାରୀ ଭାବେ ସୁଯୋଗ ପାଇଥିଲେ । ଦୀର୍ଘ ୯ ବର୍ଷ କାମ କରିବା ପରେ ଏବେ ତାଙ୍କୁ ତାଙ୍କର ସ୍ୱପ୍ନର ଚାକିରି ମିଳିଛି ।