ଗୋଡେଇ ଗୋଡେଇ ହାଣିଲେ, ୪ ଆହତ
Ganjam Violence Attack to a young man

ଭୁବନେଶ୍ୱର : ଦିନକୁ ଦିନ ଅଶାନ୍ତ ହୋଇପଡୁଛି ଗଞ୍ଜାମ । ପ୍ରତିଦିନ ଜଘନ୍ୟ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । କେବେ କୁକର୍ମ ତ କେବେ ହତ୍ୟା, ସତେଯେମିତି ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଅପରାଧିଙ୍କ ରାଜ୍ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଛତ୍ରପୁର ଥାନା ଗୋବା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପରାଧିମାନେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ତୋଫାନ ସ୍ୱାଇଁ ଖଣ୍ଡା ଏବଂ ଲୁହା ରଡ଼ରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଛନ୍ତି । ସେହିପରି ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ଓ ଗୁରୁତରଙ୍କୁ ଛତ୍ରପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ୍୍ ପହଁଚି ଘଟଣାର ଛାନଭିନ କରୁଛି ।