ଯେଉଁଠି ବନ୍ଦର, ସେଇଟି କୋଷ୍ଟ ଗାର୍ଡ 

ଯେଉଁଠି ବନ୍ଦର, ସେଇଟି କୋଷ୍ଟ ଗାର୍ଡ 

ଭୁବନେଶ୍ୱର : ରାଜ୍ୟରେ ଯେଉଁ ଠାରେ ବନ୍ଦର ଅଛି ସେଠାରେ କୋଷ୍ଟ ଗାର୍ଡ ରହିବ । ସାମୁଦ୍ରିକ ସୁରକ୍ଷା ଓ ସମୁଦ୍ରରେ ବୁଡ଼ି ଯାଉଥିବା ଲୋକମାନଙ୍କୁ ଉଦ୍ଧାରା ପାଇଁ ରାଜ୍ୟରେ ଥିବା ସବୁ ବନ୍ଦରରେ ମୁତୟନ ହେବେ କୋଷ୍ଟ ଗାର୍ଡ । ଏ ନେଇ ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ଆଇଜି ଇକ୍‌ବାଲ ସିଂ ଚୌହ୍ୱାନ୍‌ । ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍‌ ମୁତୟନ ହେବେ । ପାରାଦୀପ ବନ୍ଦରରେ କୋଷ୍ଟ ଗାର୍ଡ ସିପ ଥିବା ବେଳେ ତାହାର ସଂଖ୍ୟା ବୃଦ୍ଧି କରାଯିବ । ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଓ କୋଷ୍ଟ ଗାର୍ଡ ଶାଖା ଖୋଲିବ । ଧାମରା ବନ୍ଦରରେ କୋଷ୍ଟ ଗାର୍ଡର ଡ୍ରୋନ୍‌ ୟୁନିଟ୍‌ ରହିବ । ଏ ନେଇ କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ।