ଭୟାବହ ଅଗ୍ନିକାଣ୍ଡ : ସୋରୁମ୍ରେ ଜଳିଗଲା ୩୦ ବାଇକ୍

କୋଣାର୍କ : କୋଣାର୍କରେ ମାଧିପୁର ଛକ ନିକଟ ବ୍ୟାଟେରି ବାଇକ୍ ସୋରୁମ୍ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୩୦ ବାଇକ୍ ଜଳିଯାଇଛି । ଅଚାନକ ଏକ ନୂଆ ଗାଡ଼ିରୁ ବ୍ୟାଟେରି ଫାଟି ହୁହୁ ହୋଇ ନିଆଁ ଜଳିବା ଆରମ୍ଭ କରିଥିଲା । ସୋ’ରୁମର କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବିଗାଗ ଯୋଗାଯୋଗ କରିଥିଲେ । ୪୫ ମିନିଟ୍ ପରେ ଘଟଣାସ୍ଥଳରେ ୩ଟି ଦମକଳ ଗାଡି ନିଆଁ ଆୟତ୍ତ କରିଥିଲେ । ସେତେବେଳକୁ ସୋ’ରୁମର ୩୦ ଗୋଟି ଗାଡ଼ି ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଥିଲା । ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ । ସୋରୁମ୍ର କର୍ମଚାରୀ ଏବଂ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି।