ଏତଲା ରଖୁନି ପୁଲିସ; ଏସପିଙ୍କୁ ଫେରାଦ 

ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଧାର ଦେଇଥିବା ଟଙ୍କା ମାଗିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ଅଭିଯୋଗକାରୀ କୋରେଇ ଥାନାରୁ ନ୍ୟାୟ ନପାଇ ଏସପିଙ୍କୁ ଫେରାଦ୍ ହୋଇଛନ୍ତି । ଅଭିଯୋଗକାରୀ ତୁଳତୀ ପଞ୍ଚାୟତ ସାଇଣ୍ଟୋ ଗ୍ରାମର ଅଭୀନ ମାଝୀ ହୋଇଥିବା ବେଳେ ତାଙ୍କ ଅଭିଯୋଗ ହେଲା ସେ ସେହି ଗ୍ରାମର ଘନଶ୍ୟାମ ମଲିକଙ୍କ ପୁଅ ମନୋରଞ୍ଜନଙ୍କୁ କିଛି ଟଙ୍କା ଉଦ୍ଧାର ଦେଇଥିଲେ । ଦେଇଥିବା ଟଙ୍କା ଗତ ୧୦ତାରିଖ ମନୋରଞ୍ଜନକୁ ଟଙ୍କା ମାଗିଥିଲେ । ମନୋରଞ୍ଜନ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ  ଉଦ୍ଧାର କରି ପ୍ରଥମେ କୋରୋଇ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ଅଭୀନଙ୍କ ପତ୍ନୀ କୁନିଲତା କୋରେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଆକ୍ରମଣ କାରୀକୁ ଗିରଫ କରିବା ତ ଦୂରରେ ଥାଉ ଏତଲା ମଧ୍ୟ ଗ୍ରହଣ କଲାନି । ଫଳରେ ଥାନାରୁ ନ୍ୟାୟ ନପାଇ ଅଭୀନଙ୍କ ପୁଅ ଗଣେଶ ସିଭିଲ ସୋଇଟି ଫୋରମର ସମ୍ପାଦକ ବିଶ୍ୱନାଥ ପାତ୍ର ଓ ଏସସି, ଏସଟି ଜଏଣ୍ଟ ଆକ୍ସନ କମିଟିର ସମ୍ପାଦକ ଦୁଷ୍ମନ୍ତ ଜେନାଙ୍କ ସହାୟତାରେ ଏସପିଙ୍କୁ ଭେଟି ନିଜ ପିତାଙ୍କ ଲାଗି ନ୍ୟାୟ ମାଗିଛନ୍ତି ।