ଜଙ୍ଗଲ ଜମିରୁ ମୋରମ ଲୁଟ୍, ବନବିଭାଗ ସ୍ଥାଣୁ

ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଡ଼ମଧୁପୁର ସେକ୍ସନ ଚକ୍ରଧରପୁର ନୂଅାଁସାହି ଜଙ୍ଗଲ ଜମିରୁ ବେଆଇନ ମୋରମ ଲୁଟ ହେବାରେ ଲାଗିଛି । ପୂର୍ବରୁ ଏହି ମୌଜାରୁ କୋଟିକୋଟି ଟଙ୍କାର ମୋରମ ଚାଲାଣ କରାଯାଇଛି । ଏକାଧିକ ବାର ପ୍ରଶାସନୀକ ଅଧିକାରୀଙ୍କୁ ଖବର କରାଯାଇଥିଲେ ମଧ୍ୟ ବିଭାଗ ଲୁଟକୁ ରୋକିବାକୁ ମନ ବଳାଉନି । ଏହି ମୌଜାର କଳାପଥର ବେଆଇନ ଉତ୍ତୋଳନ ନେଇ ପ୍ରଶାସନ ସଜାଗ ରହିଥିବା ବେଳେ ଏହା ଉପରେ ସଜାଗ ନରହିବା ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି । ମୋରମ ଗାଡ଼ିରେ ଡଷ୍ଟ ଉପରେ ଛିଞ୍ଚା ଯାଇ ପାଲ ଢ଼ାଙ୍କି ଚାଲାଣ କରାଯାଉଛି । ଲଘୁ ଖଣିଜ ଆଇନ୍କୁ ଗାଦି ତଳେ ମାଡ଼ି ବସିଛି ପ୍ରଶାସନ । ବିଭିନ୍ନ ଆଳରେ ମାପିଆଙ୍କୁ ସୁଯୋଗ ଦେଇ ବେଆଇନ କାରବାରକୁ ପ୍ରୋତ୍ସାହିତ କରିଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନିକ ଅସମର୍ଥ ଯୋଗୁଁ ଖଣି ମାଫିଆମାନେ ସକ୍ରିୟ ହୋଇପଡ଼ିଛନ୍ତି । ବିଭିନ୍ନ ସ୍ଥାନକୁ ମୋରମ ରାତିଅଧିଆ ଚାଲାଣ ହେଉଛି । ମାଫିଆ ମେସିନ୍ ଲଗାଇ ପାହାଡ଼କୁ ଲୁଟିବାରେ ଲାଗିଛନ୍ତି । ହାଇୱା ଲଗାଇ ଶହ ଶହ ଟ୍ରିପ ମୋରମ ଅନ୍ୟତ୍ର ଚୋରା କରିଚାଲିଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନ ଆଇନ୍କୁ ମାପିଆଙ୍କ ନିକଟରେ ବନ୍ଧା ପକାଇ ଦେଇଛନ୍ତି ବୋଲି ନୂଅାଁସାହି ଗ୍ରାମ ନିକଟରେ ଚାଲିଥିବା ବେଫିକର ଖଣି ଚାଲାଣକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।