ନାଲକୋ ବିନିଯୋଗ କରିବ  ୩୦ ହଜାର କୋଟି 

 ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ନବରନô ସିପିଏସଇ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ଆଜି ଭୁବନେଶ୍ୱରରେ "ମିଡିଆ କନେକ୍ଟ ୨୦୨୫" ଶୀର୍ଷକ ଏକ ଆନ୍ତଃକ୍ରିୟାଶୀଳ ଅଧିବେଶନ ଆୟୋଜନ ହୋଇଯାଇଛି  । ଏହି ବୈଠକକୁ ନାଲକୋର ଅଧ୍ୟକ୍ଷ-ସହ-ପରିଚାଳନା ନିଦେ୍ର୍ଦଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ, ଉତ୍ପାଦନ ନିଦେ୍ର୍ଧଶକ ପଙ୍କଜ କୁମାର ଶର୍ମା, ପ୍ରକଳ୍ପ ଓ ବୈଷୟିକ ନିଦେ୍ର୍ଧଶକ ଜଗଦୀଶ ଆରୋରା, ମାନବସମ୍ବଳ ନିଦେ୍ର୍ଧଶକ ଡକ୍ଟର ତାପସ କୁମାର ପଟ୍ଟନାୟକ, ଏବଂ ଅର୍ଥ ନିଦେ୍ର୍ଦଶକ ଅଭୟ କୁମାର ବେହୁରିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  । ଏହି ଅବସରରେ ଅଧ୍ୟକ୍ଷ-ସହ-ପରିଚାଳନା ନିଦେ୍ର୍ଦଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ନାଲୋକ ଆଗାମୀ ଦିନରେ ସର୍ଟ ଟର୍ମ, ଲଙ୍ଗ ଟର୍ମ, ଏବଂ ମିଡିୟମ ଟର୍ମ ପ୍ଲାନ କରାଯାଇଛି ସର୍ଟ ଟର୍ମ ପ୍ଳାନରେ ଆମର ଏକ୍ସିଟିଙ୍ଗ କାର୍ଯ୍ୟ ଯାହା ମାଇନ୍ସ, ବକସାଇଟ ମାଇନ୍ସର ପ୍ରଡକ୍ସନ କିପରି ବଢାଯିବ କଷ୍ଟ କିପରି କମ କରାଯିବ ଭଲ୍ୟୁମ କିପରି ବଢାଯିବ ଯାହାଫଳରେ ରେଭିନୁ୍ୟ ବଢିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି  । ମିଡିୟମ ଟର୍ମରେ କିଛି ଭେଲ୍ୁ୍ୟ ଏଡିଡ ପ୍ରଦକ୍ଟ ବୃଦ୍ଧି କରିବାକୁ ଗୁରୁତ୍ୱ ଦିଆଯାଉଛି  । ଲଙ୍ଗ ଟର୍ମରେ ସ୍ମେଲଟର ଏକ୍ସପେନସନ କରିବାକୁ ପ୍ରାଥମିକ ସ୍ତରରେ ଗୁରୁତ୍ୱ ଦିଆଯାଉଛି  । ଏବେ ସ୍ମେଲଟର କ୍ୟାପାସିଟ ୪ଲକ୍ଷ ୬୦ହଜାର ଟନ ରହିଛି ଏହାକୁ ବୃଦ୍ଦି କରାଯାଇ ୧୦ ଲକ୍ଷ ଟନ ନେବାକୁ ପଦକ୍ଷେପ ନିଆଯାଉଛି  । ଏନେଇ ସମସ୍ତ ଡିପିଆର ପ୍ରିପ୍ରେସନ କରାଯାଇଛି  । ଏଥିସହ ପାୱାରପ୍ଲାଣ୍ଟର ବି ଡିପିଆର ପ୍ରିପ୍ରେସନ ଚାଲିଛି ଆଗାମୀ ଗୋଟେ ବର୍ଷ ମଧ୍ୟରେ ଏହିସବୁ କାର୍ଯ୍ୟ କରିବା ସହ ବୋର୍ଡ ଆପ୍ରୁଭାଲ କରାଯିବ  । ଆଗାମୀ ୪ ବର୍ଷ ଭିତରେ ଏହି ପ୍ରଜେକ୍ଟ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି  । ଆର୍ଥିକ ଭାବରେ ଆଗାମୀ ୪ ବର୍ଷ ମଧ୍ୟରେ ନାଲୋକ ୩୦ ହଜାର କୋଟି ଟଙ୍କା ବିନିଯୋଗ କରିବ  । ଆନ୍ତର୍ଜାତୀୟ ବଜାରରେ ଆଲୁମିନିୟମର ଚାହିଦା ରହିଛି  । ୟୁଏସ ଏବଂ ୟୁକେ ବଜାରକୁ ଏକ୍ସପୋର୍ଟ କରାଯାଉଛି  । ପ୍ରାରମ୍ଭରେ,ଆସୁତୋଷ ରଥ, କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ମାନବସମ୍ବଳ) ଗଣମାଧ୍ୟମ ସମାଜକୁ ସ୍ୱାଗତ ଜଣାଇଥିଲେ ଏବଂ କମ୍ପାନୀର କାର୍ଯ୍ୟକଳାପ ଏବଂ ସେବା ଉପରେ ଆଲୋକପାତ କରି ଏକ ଉପସ୍ଥାପନା କରିଥିଲେ ।