ସରକାରଙ୍କ ବଡ଼ ନିଷ୍ପତି : ବଦଳିଯିବ ହୀରାକୁଦ ଡ୍ୟାମ କେନାଲ୍‌

Hirakud Dam Project

ସରକାରଙ୍କ ବଡ଼ ନିଷ୍ପତି : ବଦଳିଯିବ ହୀରାକୁଦ ଡ୍ୟାମ କେନାଲ୍‌

ଭୁବନେଶ୍ୱର : ହୀରାକୁଦ ସେଚାଞ୍ଚଳରେ କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ବଣ୍ଟନ ବ୍ୟବସ୍ଥାରେ ଜଳର କ୍ଷତିକୁ ହ୍ରାସ କରିବା ପାଇଁ ମୋହନ ସରକାର ପଦକ୍ଷେପ ନେଇଛନ୍ତି  । ଏହାଦ୍ୱାରା ତଳ ମୁଣ୍ଡରେ ଜଳର ଉପଲବ୍ଧତା ବୃଦ୍ଧି ଦ୍ୱାରା ସୃଷ୍ଟି ହୋଇଥିବା ସେଚ ସାମର୍ଥ୍ୟ ଏବଂ ବ୍ୟବହାର ହେଉଥିବା ସେଚ ସାମର୍ଥ୍ୟ ମଧ୍ୟରେ ବ୍ୟବଧାନକୁ ହ୍ରାସ କରାଯାଇପାରିବ  । ଏଥିପାଇଁ ରାଜ୍ୟ କ୍ୟାବିନେଟ ଜଳସମ୍ପଦ ବିଭାଗର ‘ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ’ ଯୋଜନାକୁ ଅନୁମୋଦନ କରିଛନ୍ତି  । ଏହି ଯୋଜନା ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୭-୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ  । ଏଥିପାଇଁ ୮୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ଏହାଦ୍ୱାରା ଜଳପଥଗୁଡ଼ିକୁ ମାଇନର, ସବ ମାଇନର ଭାବେ ପୁନଃନାମିତ କରାଯିବା ସହିତ ମାଟିରେ ନିର୍ମିତ ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କାର୍ଯ୍ୟ କରାଯିବ  । ଏତଦବ୍ୟତୀତ ଉକ୍ତ ଯୋଜନା ମାଧ୍ୟମରେ ଦକ୍ଷିଣ ଓ ବାମ ସ୍ପିଲୱେ ଫାଉଣ୍ଡେସନ ଗ୍ୟାଲେରୀର ନବୀକରଣ, ଦକ୍ଷିଣ ଆବ୍ୟୁଟମେଣ୍ଟ ଓ ଏହାର ସଂଲଗ୍ନ ହୀରାକୁଦ ଡ୍ୟାମର ଛୋଟ କୁଦର ପୁନଃ ସଂଯୋଜନ, ବରଗଡ଼ ମୁଖ୍ୟ କେନାଲ, ଶାସନ ମୁଖ୍ୟ କେନାଲ, ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀମାନଙ୍କରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ, ସିଡ଼ି, ଆଉଟଲେଟର ନବୀକରଣ ସହ ଭିଆରବି/ସିଆର/ଏଚଆର/ ସାଇଫନ ଆଦିର ସ୍ଥିରୀକରଣ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି  ।