କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ସମୀକ୍ଷା , ବୈଠକ ସହ କ୍ଷେତ୍ର ପରିଦର୍ଶନ କଲେ
ାା ପ୍ରଭାନୁ୍ୟଜ୍ ।ା ନବରଙ୍ଗପୁର : କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ନବରଙ୍ଗପୁର ଜିଲା ଗସ୍ତରେ ଆସି ସ୍ଥାନୀୟ ଜିଲାପରିଷଦ ସମ୍ମିଳନୀ ଗୃହରେ କେନ୍ଦ୍ରୀୟ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମନ୍ତ୍ରୀ ନବରଙ୍ଗପୁର ଆକାଂକ୍ଷୀ ଜିଲାରେ କେନ୍ଦ୍ର ସରକାରଙ୍କ ଯୋଜନାଗୁଡିକ କିଭଳି ସୁଫଳ ରୂପାୟନ ହେବ ସେନେଇ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମୀକ୍ଷା ବୈଠକରେରେ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର, ବିଦ୍ୟାଳୟ ଓ ଗଣ ଶିକ୍ଷା କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତ୍ରା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ନବରଙ୍ଗପୁର ପୌର ଅଧ୍ୟକ୍ଷ ଶ୍ରୀକୁନୁ ନାୟକ ଓ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ମଞ୍ଚାସିନ ଥିଲେ । ପ୍ରଥମେ ଜିଲ୍ଲାପାଳ ମଞ୍ଚାସିନ ସମସ୍ତଙ୍କୁ ସ୍ୱାଗତ କରିବା ସହ ପିପିଟି ମାଧ୍ୟମରେ ନୀତି ଆୟୋଗର ବିଭିନ୍ନ ମାନଦଣ୍ଡରେ ଜିଲ୍ଲାରେ ପ୍ରଚଳନ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ଓ ସ୍ଥିତିକୁ ନେଇ ତଥ୍ୟ ଉପସ୍ଥାପନ କରିଥିଲେ ।
ସମିକ୍ଷା ବୈଠକରେ ସ୍ୱାସ୍ଥ୍ୟ,ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଭିତ୍ତିଭୂମୀ ଓ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସଂପର୍କିତ ବିଭାଗକୁ ନେଇ ଆଲୋଚନା ହୋଇଥିଲା । ମନ୍ତ୍ରୀ ଜିଲ୍ଲାରେ ବାଲ୍ୟ ବିବାହ ଅଧିକ ଥିବାରୁ ବ୍ୟାପକ ଜନ ସଚେତନତା କରାଯିବାକୁ ପରାମର୍ଶ ଦେଇଥିଲେ । ଆଧାର କାର୍ଡÿକୁ ପ୍ରାଧାନ୍ୟ ଦେଇ ପ୍ରଧାନ ମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସଫଳ ରୂପାୟନ ପାଇଁ ସମସ୍ତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ପ୍ରଣୟନ ଯୋଜନା ଓ ରାଜ୍ୟ ପ୍ରଚଳନ ଯୋଜନା ଉପରେ କୌଣସି ଦ୍ୱନ୍ଦ ନ ରଖି ଲୋକଙ୍କୁ ସଠିକ ତଥ୍ୟ ଦେବାକୁ ଅଧିକାରୀ କହିଥିଲେ । ସରକାରୀ ଯୋଜନାକୁ ବ୍ୟାପକ ପ୍ରଚାର ପ୍ରସାର କରିବା ସହିତ ଜନ ଜାଗରଣ କରିବାକୁ କହିଥିଲେ । ଉତ୍ତମ କାର୍ଯ୍ୟ କରିଥିବା ଜିଲାର ଅଧିକାରୀଙ୍କୁ ପ୍ରୋସôାହନ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ ସରକାରଙ୍କ ଯୋଜନା ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ ହେବା ସହ ସମସ୍ତ ଲୋକେ ଉପକୃତ ହେବେ ବୋଲି କହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ ନବୀନ ଚନ୍ଦ୍ର ନାୟକ, ଉପଜିଲାପାଳ ପ୍ରକାଶ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିସôା ଅଧିକାରୀ ସନ୍ତୋଷ ପଣ୍ଡା, ପିଏ ଆଇଟିଡିଏ ରାଜୀବ କୁମାର ସାହୁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରାଙ୍କ ସମେତ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀ, ସମସ୍ତ ବିଡ଼ିଓ, ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।