‘ଇସ୍କନ’କୁ ଆଉ ଛାଡ଼ିବାନି : ଗଜପତି ମହାରାଜା

ISKON

‘ଇସ୍କନ’କୁ ଆଉ ଛାଡ଼ିବାନି : ଗଜପତି ମହାରାଜା

ଭୁବନେଶ୍ୱର : ୧୯୬୭ରୁ ଇସ୍କନ ମନଇଚ୍ଛା ରଥଯାତ୍ରା ଆୟୋଜନ କରି ଆସୁଛନ୍ତି  । ଓଡ଼ିଆମାନଙ୍କର ଧୈର୍ଯ୍ୟ ଅଛି ବୋଲି ସେମାନେ ଚୁପ୍‌ ରହିଛନ୍ତି  । ଅନ୍ୟ ଧର୍ମରେ ହୋଇଥିଲେ କେହି ଛାଡ଼ିନଥା’ନ୍ତେ  ।  ଏଥର ଆମେ ଆଉ ଛାଡ଼ିବାନି  । ବହୁତ ହୋଇଗଲା  । ଏମିତି ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚେତାବନୀ ଦେଇଛନ୍ତି  । ଚିଠି ଲେଖିବା ସତ୍ତେ୍ୱ ଇସ୍କନ ନମାନି ରଥଯାତ୍ରା କରୁଛି  । ଏହା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ  ।  ବାରମ୍ବାର କହିବା ପରେ ୨୦୨୨ରେ ଭାରତରେ ଏମିତି ଅଦିନିଆ ରଥଯାତ୍ରା କରାଯାଉନାହିଁ  । ଅପରପକ୍ଷରେ ମହାରାଜାଙ୍କ ଏଭଳି ଚେତାବନୀକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି  ।
ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିଯେ, ଜଗନ୍ନାଥ ପରମ୍ପରା ରକ୍ଷା କରିବା ଆମର ଦାୟିତ୍ୱ  । ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ଆମେ ତାହାକୁ ଗ୍ରହଣ କରିବୁ  । ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଳଂଘନ ବୋଲି ସେ କହିଛନ୍ତି  ।