ଗଜପତିଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ
ଦୀଘାରେ ଜଗନ୍ନାଥ ମନ୍ଦିର ହେବା ପରେ ଗୋଟିଏ ପରେ ଗୋଟିଏ ବିବାଦ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଦୀଘା ମନ୍ଦିରରେ ଦାରୁ କେମିତି ପହଞ୍ଚିଲା ତାକୁ ନେଇ ବିବାଦ ଘନେଇଥିବାବେଳେ ଜଗନ୍ନାଥ ଧାମ କୁହାଯିବା ନେଇ ମଧ୍ୟ ଆଉ ଏକ ବିବାଦ ଆସି ପହଞ୍ଚିଛି । ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ଜଗନ୍ନାଥ ଧାମ କୁହାଯିବାରେ ଅରାଜି ପୋଷଣ କରି ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ପୁରୀ ଗଜପତିଙ୍କୁ ଚିଠି ଲେଖିଛନ୍ତି । ସୁଦର୍ଶନ ଏକ୍ସରେ କ୍ଷମା ମାଗିବାକୁ କହିଥିବା ଜୁହାଯାଉଛି । ପୁରୀ ଥାଉ ଥାଉ ଦୀଘା ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ପଡ଼ୋଶୀ ରାଜ୍ୟରେ ଏପରି କରାଯିବା ଭୁଲ୍ । ଦାରୁ ପ୍ରସଙ୍ଗରେ ମଧ୍ୟାହ୍ନରେ ପୁରୀ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି । ଆଲୋଚନା ଓ ଚାଞ୍ଚ ପରେ ଦାରୁ ବିବାଦରୁ ପର୍ଦା ହଟିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।