ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ:  ଜେଇଇ ଆଡଭାନ୍ସ ଫଳାଫଳ ପ୍ରକାଶିତ। ଜେଇଇ ଆଡଭାନ୍ସ ୨୦୨୫ ଫଳାଫଳ ପ୍ରକାଶିତ। ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ ୨୦୨୫। jeeadv.ac.in ରେ ଛାତ୍ରଛାତ୍ରୀ ଦେଖିପାରିବେ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍ ୧ ଲକ୍ଷ ୮୦ ହଜାର ୪୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ୫୪ ହଜାର ୩୭୮ ଛାତ୍ରଛାତ୍ରୀ।  ଆଉ ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ଝିଅଙ୍କ ତୁଳନାରେ ଅଧିକ ଭଳ ରେଜଲ୍ଟ କରିଛନ୍ତି ପୁଅ।କାରଣ IIT ଦିଲ୍ଲୀ ଜୋନର ରଜିତ ଗୁପ୍ତା ସର୍ବଭାରତୀୟ ଟପ୍ପର ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୩୬୦ରୁ ୩୩୨ ଅଙ୍କ ରଖିଛନ୍ତି। ଏହାସହ ଟପ୍ ୧୫ରେ କେବଳ ପୁଅ ବାଜିମାତ୍ କରିଛନ୍ତି। ଆଉ ୧୬ ନମ୍ୱର ରାଙ୍କରେ ଅଛନ୍ତି ଛାତ୍ରୀ ଦେବଦତ୍ତା ମାଝୀ।