ଖରିଫ ନୀତି ନିର୍ଦ୍ଧାରଣ କମିଟି ବୈଠକ
ନବରଙ୍ଗପୁର : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ଚଳିତ ଖରିଫ ଋତୁ ପାଇଁ ଖରିଫ ନୀତି ନିର୍ଦ୍ଧାରଣ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା କୃଷି ବିଭାଗ ତରଫରୁ ଖରିଫ ଋତୁ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସାର ପରିଚାଳନା ଲ୍ୟାମ୍ପସ୍ ମାନଙ୍କରେ ସାର ପରିଚାଳନା ଏବଂ ସମସ୍ତ ଚାଷୀମାନଙ୍କ ପାଖରେ ଆବଶ୍ୟକ ପରିମାଣର ସାର ପହଞ୍ଚôବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ଚାଷୀମାନଙ୍କୁ ଅଧିକ ଅମଳ କ୍ଷମ ମାଣ୍ଡିଆ କିସମ ଯୋଗାଇ ଦେଇ ଚାଷୀମାନଙ୍କର ଆର୍ଥôକ ମାନଦଣ୍ଡ ସୁଦୃଢ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ ବ୍ୟତୀତ ଉଦ୍ୟାନ କୃଷି ବିଭାଗ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗର ବିଭିନ୍ନ ଖରିଫ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଉଦ୍ୟାନ କୃଷି ଉପନିଦେ୍ର୍ଦଶକ, ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିଦେ୍ର୍ଦଶକ, ଡିଆର୍ସିଏସ୍, ମାର୍କଫେଡ, ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, କୃଷି ଜିଲ୍ଲା ଅଧିକାରୀ, ଯୋଜନା ଅଧିକାରୀ ଏବଂ କୃଷି ବିଭାଗର ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।